କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଶେଷ ହୋଇଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୧୦୫ ପ୍ରଜାତିରେ ପହଁଚିଛି । ସେହିପରି ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀ ଗଣନା କରାଯାଇଛି ।
ଭିତରକନିକାରେ ପକ୍ଷୀ ଗଣନା ଶେଷ; ବଢିଛି ପ୍ରଜାତି, ବୃଦ୍ଧି ପାଇଛି ସଂଖ୍ୟା - ବଢିଛି ପ୍ରଜାତି
ଶେଷ ହୋଇଛି ଭିତରକନିକାର ପକ୍ଷୀ ଗଣନା । ଚଳିତବର୍ଷ ଜାତୀୟ ଉଦ୍ୟାନକୁ ୧୦୫ ପ୍ରଜାତିରେ ପକ୍ଷୀ ଆସିଥିବାବେଳେ ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀଙ୍କୁ ଗଣନା କରାଯାଇଛି ।
birds-counting-in-bhitarkanika
ଗତବର୍ଷ ୭୪ ପ୍ରଜାତିର ୧ଲକ୍ଷ ୯୦୫୯ଟି ପକ୍ଷୀ ଭିତରକନିକା ଆସିଥିଲେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୩୧ ପ୍ରଜାତିର ୯୨୭୬ଟି ପକ୍ଷୀ ଅଧିକ ଆସିଥିବା ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ । ପାଗ ଅନୁକୂଳ ଏବଂ ବିଳମ୍ବରେ ବର୍ଷା ଯୋଗୁଁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ