ଓଡିଶା

odisha

ETV Bharat / state

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ;16 ଟିମ ସାମିଲ - bird census in kendrapara

ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତପକ୍ଷୀ ଗଣନା ଆରମ୍ଭ । ଗଣନା କରୁଛନ୍ତି 16 ଟିମର 70 ଜଣ କର୍ମୀ ସାମିଲ ।

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ;16 ଟିମ ସାମିଲ
ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ;16 ଟିମ ସାମିଲ

By

Published : Jan 6, 2021, 8:48 AM IST

କେନ୍ଦ୍ରପଡା: ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବାକୁ ମାଇଲ ମାଇଲ ଦୂରରୁ ରଙ୍ଗବେରଙ୍ଗର ପକ୍ଷୀ ଭିତରକନିକାର ଆର୍ଦ୍ରଭୂମିକୁ ଉଡି ଆସିଛନ୍ତି । ଏମାନଙ୍କ କାକଳିର ଶବ୍ଦରେ ଭିତରକନିକା ଏବେ କୋଳାହଳମୟ । ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତପକ୍ଷୀ ଗଣନା ଆରମ୍ଭ । ପକ୍ଷୀମାନଙ୍କୁ ଗଣନା କରିବାକୁ 16ଟି ଟମ ନିୟୋଜିତ ହୋଇଛନ୍ତି । ପ୍ରତିଟିମରେ 4ରୁ 5 ଜଣ ସଦସ୍ୟ ସାମିଲ ରହିଛନ୍ତି ।

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ପକ୍ଷୀମାନେ ଖାଦ୍ୟସଂଗ୍ରହ କରୁଥିବାବେଳେ କିମ୍ବା ଜଳାଶୟରେ ଦଳଦଳ ହୋଇ ବସୁଥିବାବେଳେ ପକ୍ଷୀମାନଙ୍କ ଗଣନା କରାଯିବ । ଏନେଇ ବନବିଭାଗ ପକ୍ଷରୁ ଏମାନଙ୍କୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ ସହ ବୋଟ ଏବଂ ସରକାରୀ ଯାନ ଇତ୍ୟାଦି ଯୋଗାଇ ଦିଆଯାଇଛି । ଏହି ଟିମ ଗୁଡିକ ରାଇପାଟିଆ, ସାତଭାୟା ଘେରି,ସାତଭାୟା ସଂଲଗ୍ନ ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି,ଜମ୍ବୁ,ବତୀଘର,ପ୍ରହରାଜପୁର,ବରୁଣେଇ ମୁହାଣ,କଂସାରି ପାଟିଆ,ନଳିତା ପାଟିଆ,ଖୋଳା,ଦୁର୍ଗାପୁର ମୁହାଣ,ଲକ୍ଷ୍ମୀପ୍ରସାଦଡିଆଁ,ମଗରକନ୍ଦା, ରାଜଗଡ଼ ସ୍ଥାନରେ ରହୁଥିବା ପକ୍ଷୀମାନଙ୍କୁ ଗଣନା କରିବେ।

୧୬ଟି ଟିମର ମୁଖ୍ୟ ଭାବେ ପରିବେଶବିତ ବିଶ୍ୱଜିତ ମହାନ୍ତି,ବିରଜା ପ୍ରସାଦ ପତି, ମାଇକେଲ ପିଟର ଆଦି ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରାଯାଇଛି। ପକ୍ଷୀଗଣନା ପାଇଁ ଏକ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details