ଓଡିଶା

odisha

ETV Bharat / state

ଭିତରକନିକାରେ ଗଣନା ଶେଷ, ବଢିଛନ୍ତି ବିଦେଶୀ ପକ୍ଷୀ - Bhitarkanika bird count

ଭିତରକନିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ଅପେକ୍ଷା ଏବର୍ଷ ବଢିଛନ୍ତି 17ହଜାରରୁ ଉର୍ଦ୍ଧ୍ବ ପକ୍ଷୀ । ଅଧିକ ପଢନ୍ତୁ...

ଭିତରକନିକା
ଭିତରକନିକା

By

Published : Jan 7, 2021, 7:06 AM IST

କେନ୍ଦ୍ରାପଡା: ଅନୁକୂଳ ପାଗ ଓ ଜଳସ୍ତର ବୃଦ୍ଧି ଯୋଗୁଁ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାର 5ଟି ରେଞ୍ଜରେ ବଢିଛନ୍ତି ବିଦେଶୀ ପକ୍ଷୀ। ବାର୍ଷିକ ଶୀତକାଳୀନ ପକ୍ଷୀଗଣନା ସରିବା ପରେ ଏପରି ଚିତ୍ର ସାମ୍ନାକୁ ଆସିଛି ।

ବୁଧବାର ସକାଳୁ 16ଟି ଟିମର 80ଜଣ ସଦସ୍ୟଙ୍କୁ ନେଇ ଭିତରକନିକାରେ ଆରମ୍ଭ ହୋଇଥିଲା ପକ୍ଷୀଗଣନା । ଯାହା ସନ୍ଧ୍ୟାରେ ଶେଷ ହୋଇଛି। ଗଣନା ପରେ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବିଭିନ୍ନ ବନଖଣ୍ଡ ଜଳାଶୟ ଗୁଡିକରେ ମୋଟ 121ପ୍ରଜାତିର 1ଲକ୍ଷ 36ହଜାର 92ଟି ପକ୍ଷୀ ରହିଥିବା ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଯାହା ଗତବର୍ଷ ତୁଳନାରେ ଅଧିକ ବୋଲି କୁହାଯାଏ ।

ଭିତରକନିକା

ଗତବର୍ଷ 105ପ୍ରଜାତିର 1ଲକ୍ଷ 18ହଜାର 326ଟି ପକ୍ଷୀଙ୍କର ଗଣନା କରାଯାଇଥିଲା। ଚଳିତବର୍ଷ 17ହଜାରରୁ ଊର୍ଦ୍ଧ୍ବ ପକ୍ଷୀ ବୃଦ୍ଧି ହୋଇଥିବା ବେଳେ 16ଟି ପ୍ରଜାତିର ପକ୍ଷୀ ମଧ୍ୟ ବୃଦ୍ଧି ପାଇଛି। ରାଜନଗରର ସାତଭାୟା ଓ ରାଜକନିକା ରେଞ୍ଜ ଅଞ୍ଚଳରେ ପକ୍ଷୀମାନଙ୍କ ସମାଗମ ବୃଦ୍ଧି ପାଇଛି।

ତେବେ ବିଦେଶୀ ପକ୍ଷୀଙ୍କ ଆଗମନ ସମୟରେ ପାଗ ଅନୁକୂଳ ରହିଥିବା, ବର୍ଷା ବିଳମ୍ବ ପର୍ଯ୍ୟନ୍ତ ହେବା ଓ ଲକଡାଉନ ପାଇଁ କୋଳାହଳ କମ ରହିଥିବାରୁ ପକ୍ଷୀ ସଂଖ୍ୟା ବୃଦ୍ଧି ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି ଡିଏଫଓ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details