ଓଡିଶା

odisha

ETV Bharat / state

କର୍ମଭୂମିରେ ଭୂମିପୁତ୍ରଙ୍କ ଜୟନ୍ତୀ, ଭାରତରତ୍ନ ପାଇଁ ପଲ୍ଲୀରୁ ଆରମ୍ଭ ହେଲା ଦାବି - କର୍ମଭୂମିରେ ଭୂମିପୁତ୍ରଙ୍କ ଜନ୍ମଜୟନ୍ତୀ

କର୍ମଭୂମିରେ ଭୂମିପୁତ୍ରଙ୍କ ଜୟନ୍ତୀ । ଭାରତରତ୍ନ ପାଇଁ ପଲ୍ଲୀରୁ ଆରମ୍ଭ ହେଲା ଦାବି । ଅଧିକ ପଢନ୍ତୁ....

Biju patnaik jayanti celebration in kendrapara
କର୍ମଭୂମିରେ ଭୂମିପୁତ୍ରଙ୍କ ଜନ୍ମଜୟନ୍ତୀ,ଭାରତରତ୍ନ ପାଇଁ ପଲ୍ଲୀରୁ ଆରମ୍ଭ ହେଲା ଦାବି

By

Published : Mar 5, 2021, 6:44 PM IST

କେନ୍ଦ୍ରାପଡା : ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ କେନ୍ଦ୍ରାପଡ଼ା ଡେରାବିଶର ଛତାଛକ ନିକଟରେ ଥିବା ଏକ ମଣ୍ଡପରେ ୧୦୫ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି। ଆୟୋଜିତ ଉତ୍ସବରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଯୋଗଦେଇ ବିଜୁଙ୍କ ସ୍ମୃତିଚାରଣ କରିଥିଲେ।

କର୍ମଭୂମିରେ ଭୂମିପୁତ୍ରଙ୍କ ଜନ୍ମଜୟନ୍ତୀ,ଭାରତରତ୍ନ ପାଇଁ ପଲ୍ଲୀରୁ ଆରମ୍ଭ ହେଲା ଦାବି

ଏଥିସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବିଜୁ ପଟ୍ଟନାୟକ କିପରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଇଣ୍ଡୋନେସିଆ ଭଳି ରାଷ୍ଟ୍ରର ଭୂମିପୁତ୍ର କିପରି ହୋଇପାରିଥିଲେ ସେ ସମ୍ପର୍କରେ ଉପସ୍ଥିତ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ "ଭାରତରତ୍ନ"ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ସଭାରେ ସ୍ଥିର କରାଯାଇ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details