କେନ୍ଦ୍ରାପଡା଼: ବାତ୍ଯା 'ଫନି' ପାଇଁ ଘୁଞ୍ଚିଛି ପାଟକୁରା ବିଧାନସଭା ନିର୍ବାଚନ । କିନ୍ତୁ ୬୦ ଦିନ ନିର୍ବାଚନ ଘୁଞ୍ଚିବା ପ୍ରତିବାଦରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।
ମଙ୍ଗଳବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ଅଭିଯୋଗ ଆଣି କହିଛନ୍ତି ପାଟକୁରା ନିର୍ବାଚନ ଘୁଞ୍ଚିବା ପଛରେ ରାଜ୍ଯ ସରକାରଙ୍କ ହାତ ରହିଛି । ପୁରୀ, ଖୋର୍ଦ୍ଧା ତୁଳନାରେ ପାଟକୁରାରେ କମ କ୍ଷତି ହୋଇଛି । ତେବେ ଥଇଥାନ ଓ ରିଲିଫ ଆଳରେ ରାଜ୍ୟ ସରକାର କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ଓ ନିଜେ ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ସରକାରୀ କର୍ମଚାରୀ ଏନେଇ ତଦନ୍ତ କରିନଥିବା ବେଳେ ଏଭଳି ତଥ୍ୟ ଦେଇ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟଚିତ୍ର ପାଟକୁରାବାସୀଙ୍କ ପାଖରେ ଜଣାପଡ଼ିଗଲା ବୋଲି ବିଜୟ ଅଭିଯୋଗ କରିଛନ୍ତି ।