ଓଡିଶା

odisha

ETV Bharat / state

ଖରସ୍ରୋତା ମେଗା ପାନୀୟଜଳ ପ୍ରକଳ୍ପ, ଆନ୍ଦୋଳନକାରୀଙ୍କ ସମର୍ଥନରେ ବିଜୟ ମହାପାତ୍ର

କେନ୍ଦ୍ରାପଡା ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଏନେଇ ଆନ୍ଦୋଳନକାରୀଙ୍କୁ ଭେଟି ସମର୍ଥନ କରିଛନ୍ତି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଖରସ୍ରୋତା ମେଗା ପାନୀୟଜଳ ପ୍ରକଳ୍ପ, ଆନ୍ଦୋଳରନେ ଯୋଡି ହେଲେ ବିଜୟ ମହାପାତ୍ର
ଖରସ୍ରୋତା ମେଗା ପାନୀୟଜଳ ପ୍ରକଳ୍ପ, ଆନ୍ଦୋଳରନେ ଯୋଡି ହେଲେ ବିଜୟ ମହାପାତ୍ର

By

Published : Aug 27, 2021, 12:00 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ସ୍ଥିତ ରାଜକନିକାର ବାରୁଣାଡ଼ିହା ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଚାଲିଥିବା ଧାରଣା ୧୨ ଦିନରେ ପହଞ୍ଚିଛି । ସେପଟେ ଏହି ଆନ୍ଦୋଳନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଯୋଡି ହୋଇଥିବା ଦେଖିବାକୁ ମିଳିଛି ।

ଖରସ୍ରୋତା ମେଗା ପାନୀୟଜଳ ପ୍ରକଳ୍ପ, ଆନ୍ଦୋଳରନେ ଯୋଡି ହେଲେ ବିଜୟ ମହାପାତ୍ର

ଗତକାଲି(ଗୁରୁବାର) ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ଆନ୍ଦୋଳନକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ଜଣାପଡିଛି । ପ୍ରଥମେ ପ୍ରକଳ୍ପ ଅଞ୍ଚଳ ବୁଲି ବିଭାଗୀୟ ଅଧିକାରୀଙ୍କ ସହ ଏବାବଦରେ ପଚାରି ବୁଝିବା ପରେ ଅଚ୍ୟୁତପୁର ଠାରେ ଚାଲିଥିବା ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ଭେଟି ନିଜର ମତ ରଖିଛନ୍ତି ବିଜେପି ନେତା । ବିଜୟ କହିଛନ୍ତି ଯେ, ପାନୀୟଜଳ ପ୍ରକଳ୍ପ ନେଇ ଜଳସମ୍ପଦ ବିଭାଗର କୌଣସି ମଞ୍ଜୁରୀ ନିଆଯାଇନାହିଁ । ଏଥିସହ ମୌସୁମୀ ଏବଂ ଅଣମୌସୁମୀ ସମୟରେ ବ୍ରାହ୍ମଣୀ ଓ ବୈତରଣୀ ବେସ୍ ଲାଇନରେ କେତେ ଜଳ ପ୍ରବାହିତ ହେଉଛି ତାର ମଧ୍ୟ ଅନୁସନ୍ଧାନ କରାଯାଇନାହିଁ ।

ଯାହାକି ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜଳସଙ୍କଟ ଦେଖାଦେବ । ସରକାରୀ ସ୍ତରରେ କୌଣସି ଅନୁଧ୍ୟାନ କରାନଯାଇ କମ୍ପାନୀ ରିପୋର୍ଟ ଅନୁଯାୟୀ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ଉଭୟ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ବାସିନ୍ଦା ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି କହିଛନ୍ତି ବିଜୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details