ଓଡିଶା

odisha

ETV Bharat / state

ଆଜିଠୁ ୯ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ - ବଉଳା କୁମ୍ଭୀର ଗଣନା

କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ଆଜି ଠାରୁ ୯ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଏନେଇ ସୂଚନା ଦେଇଛନ୍ତି ଭିତରକନିକା କର୍ତ୍ତୃପକ୍ଷ। ବଉଳା କୁମ୍ଭୀର ମାନଙ୍କର ଗଣନା ପାଇଁ ଜାନୁୟାରୀ ୧୫ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ପଢନ୍ତୁ...

ଆଜିଠାରୁ ୯ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ଆଜିଠାରୁ ୯ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

By

Published : Jan 15, 2021, 11:26 AM IST

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ବିଭିନ୍ନ ନଦୀ ଓ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ଗଣନା ପାଇଁ ଜାନୁୟାରୀ ୧୫ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

ଆଜିଠାରୁ ୯ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜ୍ୟର ବିଶିଷ୍ଟ ବଉଳା କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ସହିତ କୁମ୍ଭୀର ବିଶାରଦ ମାନେ ଏହି ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତୀୟ ଉଦ୍ୟାନ,ଗହୀରମଥା ରେଞ୍ଜ,ମହାକାଳପଡ଼ା ରେଞ୍ଜ ଓ ରାଜନଗର ରେଞ୍ଜରେ ବଉଳା କୁମ୍ଭୀର ମାନଙ୍କର ଗଣନା,ଆକାର ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିବେ।

ଏହି ଗଣନା କାର୍ଯ୍ୟକ୍ରମ ଡିଏଫଓ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ,ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯାଇଥାଏ। ତେବେ ଚଳିତବର୍ଷ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ପାଇଁ ଏହି ଗଣନା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ କୁମ୍ଭୀର ବିଶାରଦଙ୍କ ସମେତ ପରିବେଶବିତ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details