ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା, 10ରୁ କୁମ୍ଭୀର ଗଣନା - ଭିତରକନିକା

Bhitarkanika National Park: ଆଜିଠାରୁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ 9 ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅଧିକ ପଢନ୍ତୁ

Bhitarkanika National Park
ଭିତରକନିକା

By ETV Bharat Odisha Team

Published : Jan 5, 2024, 10:30 AM IST

Updated : Jan 5, 2024, 11:47 AM IST

Bhitarkanika

କେନ୍ଦ୍ରାପଡା:ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ 9 ଦିନ ପାଇଁ ବନ୍ଦ ରହିବ ଭିତରକନିକା । ଆସନ୍ତା 13 ତାରଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି । ଆସନ୍ତା 10, 11 ଓ 12 ତାରିଖ ତିନି ଦିନ ଧରି କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର 4ଟି ରେଞ୍ଜରେ କୁମ୍ଭୀର ଗଣନା ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜିଠୁ 13 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । 9 ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିଥିଲା । ନଦୀର ପାଣି ସ୍ଥିର ହେବା ପରେ ବୁଧବାରଠାରୁ 3 ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ-Crocodile Census: ଆସିଲା କୁମ୍ଭୀର ଗଣନା ରିପୋର୍ଟ, ବର୍ଷକରେ ଭିତରକନିକାରେ ବଢିଛନ୍ତି ୯ଟି କୁମ୍ଭୀର

ଭିତରକନିକାରେ ଥିବା ନଦୀ ଓ ନାଳ ଗୁଡ଼ିକରେ ବଉଳା କୁମ୍ଭୀର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂଧ୍ୟାରେ ହୁଲି ଡଙ୍ଗା ସାହାଯ୍ୟରେ ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ 1793 ଟି କୁମ୍ଭୀର ଥିବା ଗଣନା ପରେ ସ୍ପଷ୍ଟ ହୋଇଥିଲା । ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

2022 ତୁଳନାରେ 2023ରେ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଥିଲା । ୯ଟି କୁମ୍ଭୀର ବଢିଥିବା ନେଇ କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଥିଲା । ଗତବର୍ଷ ଜାନୁଆରୀ 4 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀର ଗଣନା ହୋଇଥିଲା । ଜାତୀୟ ଉଦ୍ୟାନ ଓ ସନ୍ନିକଟ ନଦୀନାଳରେ ଗଣନା ପରେ ମୋଟ 1793 କୁମ୍ଭୀର ଥିବା ଜଣାପଡିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jan 5, 2024, 11:47 AM IST

ABOUT THE AUTHOR

...view details