କେନ୍ଦ୍ରାପଡା: ଆସନ୍ତା 26 ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ଗୋରୀ ପାଇଁ ଦେଶ ବିଦେଶରେ ପରିଚିତ ତଥା ବଗ ଗହନ ଏବଂ ନୌବିହାର ପାଇଁ ଉତ୍କୃଷ୍ଟ ଏହି ପର୍ଯ୍ୟଟନସ୍ଥଳୀରେ ଡିସେମ୍ବର 26ରୁ ଜାନୁୟାରୀ 4 ତାରିଖ ପର୍ଯ୍ୟନ୍ତ ବାର୍ଷିକ କୁମ୍ଭୀର ଗଣନା କାର୍ଯ୍ୟ ସମାପନ ହେବ । ଏଥିପାଇଁ ଏହି ସମୟରେ ଜାତୀୟ ଉଦ୍ୟାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।
ଆସନ୍ତା 26ରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ - ଭିତରକନିକା ଲାଟେଷ୍ଟ ନ୍ୟୁଜ୍
ଆସନ୍ତା 26 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଅଧିକ ପଢନ୍ତୁ...
ଆସନ୍ତା 26ରୁ ଜାନୁଆରୀ 4 ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ତେବେ ବର୍ତ୍ତମାନ ଛୁଟି ସମୟ ହୋଇଥିବାରୁ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଏଠାରେ ପିକନିକ ପାଇଁ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ବର୍ଷ ଶେଷ ପାଇଁ ଅନେକ ଲୋକେ ସପରିବାର ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଭିଡ ଜମାଉଛନ୍ତି । ଏପରି ସମୟରେ ବନଖଣ୍ଡ ଅଧିକାରୀଙ୍କ ଏଭଳି ନିଷ୍ପତ୍ତି ପାଇଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ