କେନ୍ଦ୍ରାପଡା:ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park reopens) । ଭିତରକନିକା ନଦୀନାଳମାନଙ୍କରେ ଥିବା ବିରଳ ପ୍ରଜାତିର କୁମ୍ଭୀର ଗଣନା ପାଇଁ ୧୦ ଦିନ ଧରି ଏହି ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥିଲା । ଗତ ୨ ତାରିଖରୁ ୧୧ ତାରିଖ ଯାଏଁ ବନ୍ଦ ଥିଲା ଉଦ୍ୟାନ । ଏବର୍ଷ ପ୍ରଥମ ଥର ପାଇଁ ପଲିଗନ ସର୍ଚ୍ଚ ଆପ ଦ୍ୱାରା କୁମ୍ଭୀର ଗଣନା କରାଯାଇଥିଲା । ଯାହା ବନବିଭାଗ ପାଇଁ ଏକ ନିଆରା ଅନୁଭୂତି ଥିଲା ।
Bhitarkanika National Park Reopens: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା - ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଗଣନା ପାଇଁ ୧୦ ଦିନ ଧରି ବନ୍ଦ ରହିଥିଲା ଏହି ଜାତୀୟ ଉଦ୍ୟାନ । ଅଧିକ ପଢନ୍ତୁ
ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଲୁଣା ଜଙ୍ଗଲ ସଂରକ୍ଷଣ ସମ୍ପର୍କିତ ଅଧ୍ୟୟନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ । ଅନ୍ୟପଟେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ନୌବିହାର କରି ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହ ବିରଳ ପ୍ରଜାତିର ବଉଳା କୁମ୍ଭୀର ଶୀତଦିନେ ଖରା ପୋଇଁବାର ଦୃଶ୍ୟକୁ ଉପଭୋଗ କରିଥାନ୍ତି । ଏଥିସହ ହଜାର ହଜାର ପ୍ରଜାତିର ବାର୍ହା, ହରିଣ ଓ ଦେଶୀ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ