କେନ୍ଦ୍ରାପଡା: ଆସନ୍ତା ଜାନୁୟାରୀ 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଭିତରକନିକା ମହୋତ୍ସବ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ଭିତରକନିକା ମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ ଭିତରକନିକା ମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ବଉଳା କୁମ୍ଭୀର ଗୋରୀ ପାଇଁ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ମୁଖ୍ୟତଃ ଶୀତଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଆସୁଥିବାରୁ ଏହି ସମୟରେ ଭିତରକନିକା ମହୋତ୍ସବ କରିବାପାଇଁ ସ୍ଥିର କରିଛି ଜିଲ୍ଲା ପ୍ରଶାସନ ।
ଭିତରକନିକା ମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ ଏହି ମହୋତ୍ସବକୁ ଡାଙ୍ଗମାଳ ମୁଖ୍ୟ ରାସ୍ତାକଡ଼ରେ ଆୟୋଜନ କରିବା ପାଇଁ ଆବଶ୍ୟକୀୟ ସ୍ଥାନ ନିର୍ଦ୍ଧାରଣ ପାଇଁ ରାଜନଗର ବିଡ଼ିଓ ମନ୍ଦରଧର ମାହାଳି ଓ ରାଜନଗର ତହସିଲଦାର ଦ୍ଵିବେନ୍ଦୁ ଦାଶଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ମହୋତ୍ସବ ସମୟରେ ଆସୁଥିବା ପର୍ଯ୍ୟଟକ ଓ ଦର୍ଶକଙ୍କ ପାଇଁ ରାତ୍ରି ରହଣି ଓ ଟେଣ୍ଟ ବ୍ୟବସ୍ଥା କରାଯିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ଏହା ସହିତ ଭିତରକନିକା ବୁଲିବାକୁ ଓ ମହୋତ୍ସବ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ହୋଟେଲର ବ୍ୟବସ୍ଥା କରାଇବା ଓ ସୁସ୍ବାଦୁ ଭୋଜନ ପରିବେଷଣ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।
ପ୍ରତ୍ୟେକ ଦିନ ଏଠାରେ ପାଖାପାଖି 20ହଜାର ଦର୍ଶକଙ୍କର ଭିଡ଼ ପରିଲକ୍ଷିତ ହେବା ଅନୁମାନ କରାଯାଉଥିବାବେଳେ ରାଜ୍ୟ ତଥା ଜାତୀୟସ୍ତରର ସାଂସ୍କୃତିକ ଦଳ ଏଠାରେ ସେମାନଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଠାରେ ସୂଚନାଯୋଗ୍ୟ ଭିତରକନିକା ମହୋତ୍ସବ ପାଇଁ ରାଜ୍ୟ ସରକାର 10ଲକ୍ଷ ଟଙ୍କା ଓ ରାଜ୍ୟ ଖଣି ନିଗମ 20ଲକ୍ଷ ଟଙ୍କା ପୁର୍ବରୁ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ