ଓଡିଶା

odisha

ETV Bharat / state

କୁମ୍ଭୀର ଗଣନା ଆରମ୍ଭ, 10ଦିନ ପାଇଁ ଭିତରକନିକା ବନ୍ଦ - bhitarakanika national park closed

କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରଖିବାକୁ ବନବିଭାଗ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

bhitarakanika
ଆଜିଠୁ ଭିତରକନିକା ବନ୍ଦ

By

Published : Dec 26, 2019, 9:59 AM IST

Updated : Dec 26, 2019, 2:08 PM IST

କେନ୍ଦ୍ରାପଡା: ଆଜିଠାରୁ(ଗୁରୁବାର) ଭିତରକନିକାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଲାଗି 10ଦିନ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରଖିବାକୁ ବନବିଭାଗ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଏହି ସମୟରେ ସମୁଦ୍ରରେ ଜୁଆର ଯୋଗୁଁ ଅଧିକ ସଂଖ୍ୟକ କୁମ୍ଭୀର ସ୍ଥଳଭାଗ ମୁହାଁ ହେଉଥିବାବେଳେ ଏମାନଙ୍କୁ ସହଜରେ ଗଣନା କରାଯାଇପାରିବ।

ଆଜିଠୁ ଭିତରକନିକା ବନ୍ଦ

ତେବେ ଏ ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲା ରଖିଲେ, ଅଧିକ ସଂଖ୍ୟକ ବୋଟ ଚଳାଚଳ କରିବ । ଯେଉଁଥିପାଇଁ କୁମ୍ଭୀର ମାନଙ୍କ ଗଣନା ସହଜ ଓ ନିର୍ଭୁଲ ହେବ ନାହିଁ। ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କୁ ଭିତରକନିକା ନ ଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Dec 26, 2019, 2:08 PM IST

ABOUT THE AUTHOR

...view details