ଓଡିଶା

odisha

ETV Bharat / state

ପାଟକୁରା ନିର୍ବାଚନ: ଗୋଟିଏ ଗୁଳିରେ ଦୁଇ ଶିକାର କଲେ ନବୀନ ! - kendrapara

ବିଧାୟକ ପ୍ରାର୍ଥୀ ବେଦପ୍ରକାଶଙ୍କ ମୃତ୍ୟୁପରେ ତାଙ୍କ ଧର୍ମପତ୍ନୀଙ୍କୁ ବିଜେଡି ସୁପ୍ରିମୋ ଟିକେଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ସିମ୍ପାଥି ଭୋଟ ପାଇବା ପାଇଁ ମଧ୍ୟ ଗେମପ୍ଲାନ କରିଥିବା ଆଲୋଚନା ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : May 1, 2019, 12:08 AM IST

କେନ୍ଦ୍ରାପଡା: ଗୋଟିଏ ଗୁଳିରେ ଦୁଇଟି ଶିକାର । କେନ୍ଦ୍ରାପଡ଼ା ମାଟିରେ ଗତ ମାର୍ଚ୍ଚ ୧୦ ତାରିଖରେ ମିଶନଶକ୍ତି ସମାବେଶରେ ଯୋଗଦେଇ ୩୩% ମହିଳା ସଂରକ୍ଷଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକ ପ୍ରାର୍ଥୀ ବେଦପ୍ରକାଶଙ୍କ ମୃତ୍ୟୁପରେ ତାଙ୍କ ଧର୍ମପତ୍ନୀଙ୍କୁ ବିଜେଡି ସୁପ୍ରିମୋ ଟିକେଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ସିମ୍ପାଥି ଭୋଟ ପାଇବା ପାଇଁ ମଧ୍ୟ ଗେମପ୍ଲାନ କରିଥିବା ଆଲୋଚନା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚର୍ଚ୍ଚାରେ ପାଟକୁରା ବିଧାନସଭା ଆସନ । ରାଜ୍ୟର ୧୪୬ଟି ଆସନରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ପାଟକୁରାରେ ହେବ ବିଧାନସଭା ନିର୍ବାଚନ । ଏଠାରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରୱାଲଙ୍କର ଚଳିତ ମାସ ୨୦ ତାରିଖରେ ଦେହାନ୍ତ ପରେ ନିର୍ବାଚନ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ତେବେ ଆସନ୍ତା ୧୯ ତାରିଖରେ ପାଟକୁରାରେ ନିର୍ବାଚନ କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ଥିରିକୃତ ହୋଇଛି ।

ତେବେ ବିଜେଡି ପାଟକୁରା ଆସନରୁ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିବା ପରେ ମଙ୍ଗଳବାର ସାବିତ୍ରୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସାଥିରେ କେନ୍ଦ୍ରାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ରାଜନେତା ରହିଥିଲେ । ବିଧାନସଭା ରିଟର୍ଣ୍ଣିଂ ଅଫିସର ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସାବିତ୍ରୀ ।

ବେଦପ୍ରକାଶଙ୍କ ଜୀବିତ ଅବସ୍ଥାରେ ସାବିତ୍ରୀ ଅଗ୍ରୱାଲ ହିଁ ତାଙ୍କର ରାଜନୈତିକ କଥା ବୁଝୁଥିଲେ, ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ସାବିତ୍ରୀଙ୍କର ଉତ୍ତମ ବୁଝାମଣା ରହିଛି ତେଣୁ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ବେଦପ୍ରକାଶଙ୍କୁ ସମ୍ମାନ ପ୍ରଦର୍ଶନ କରିଛି । ପାଟକୁରା ବିଜେଡିର ଗଡ଼ ହୋଇଥିବାରୁ ଏଠାରେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ବହୁମତରେ ବିଜୟୀ ହେବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା (ସଂ) ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା । ସେହିଭଳି ପାଟକୁରା ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ବାପା ବେଦପ୍ରକାଶଙ୍କ ଦ୍ଵାରା ବିଜୟ ମହାପାତ୍ର ପରାସ୍ତ ହୋଇଥିଲେ । ଏଥର ମା ସାବିତ୍ରୀଙ୍କ ଦ୍ୱାରା ବିଜୟ ପରାଜିତ ହେବେ ବୋଲି କହିଛନ୍ତି ପୁଅ ସଞ୍ଜୟ ଅଗ୍ରୱାଲ ।

ଅପରପକ୍ଷରେ ମଙ୍ଗଳବାର ଅପରାହ୍ନରେ ବିଜୟ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଜେଡି ପାଟକୁରାରେ ନିର୍ବାଚନ କରାଇନଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ । ସେପଟେ ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା "ଫନି" ପାଇଁ ପାଟକୁରାରେ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details