ଓଡିଶା

odisha

ETV Bharat / state

ରାସନ କାର୍ଡରେ ଚାଉଳ ହେରଫେର ମାମଲା, ବିଡିଓଙ୍କୁ ଦାବିପତ୍ର ଦେଲେ ପଞ୍ଚାୟତବାସୀ - ରାସନ କାର୍ଡରେ ଚାଉଳ ହେରଫେର ମାମଲା

ରାସନ କାର୍ଡରେ ଚାଉଳ ହେରଫେର ମାମଲା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ବିଡ଼ିଓଙ୍କୁ ଘେରିଛନ୍ତି ପଞ୍ଚାୟତବାସୀ। ଅଧିକ ପଢନ୍ତୁ

ରାସନ କାର୍ଡରେ ଚାଉଳ ହେରଫେର ମାମଲା
ରାସନ କାର୍ଡରେ ଚାଉଳ ହେରଫେର ମାମଲା

By

Published : Feb 4, 2023, 2:07 PM IST

ରାସନ କାର୍ଡରେ ଚାଉଳ ହେରଫେର ମାମଲା

କେନ୍ଦ୍ରାପଡା:ରାସନ କାର୍ଡରେ ଚାଉଳ କାଟିବାକୁ ନେଇ ଗୋଟିଏ ପଟେ ରାଜନୀତି ଜୋର ଧରିଥିବା ବେଳେ ଅନ୍ୟପଟେ ଗରିବ ହିତାଧିକାରୀଙ୍କ ପ୍ରାପ୍ୟକୁ ଦୀର୍ଘ ମାସ ଧରି ଲୁଟ କରି ଆସୁଛନ୍ତି ଅସାଧୁ ଡିଲର । ଏନେଇ ଆପତ୍ତି ଅଭିଯୋଗ କଲେ ବି ଫଳ ଶୂନ ଯାହାକୁ ନେଇ ତାତିଛନ୍ତି ଗରିବ ହିତାଧିକାରୀ । ଫଳସ୍ୱରୂପ ରାସନ ଚାଉଳ ଘୋଟାଲାକୁ ନେଇ ଜଣେ ବିଡ଼ିଓଙ୍କୁ ଘେରିଛନ୍ତି ପଞ୍ଚାୟତବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା ।

ବିଡିଓଙ୍କୁ ଘେରିବା ସହ ବିଡିଓଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ରାସନ ସାମଗ୍ରୀ ଯୋଗାଣରେ ଅନିୟମିତତା ଓ ଯୋଗାଣ ନିରୀକ୍ଷକଙ୍କ ସମ୍ପୃକ୍ତି ସମ୍ବନ୍ଧୀୟ ସମସ୍ୟା ଜଣାଇବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ୟାର ସମାଧାନ ନହେଲେ ପ୍ରତୀକ ଧାରଣା ଓ ଅନଶନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ହିତାଧିକାରୀ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡିଆ ପଞ୍ଚାୟତରର ଡିଲର ଗରିବ ହିତାଧିକାରୀ ମାନଙ୍କ ପାଇଁ ଆସୁଥିବା ଚାଉଳକୁ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ପ୍ରତ୍ୟେକ ମାସରେ ଡିଲରଜଣଙ୍କ ହିତାଧିକାରୀମାନଙ୍କ ଫିଙ୍ଗର ପ୍ରିଣ୍ଟ ଓ ଆଇ ସ୍କାନ କରାଇ ନେଇ ଆଜି କିମ୍ବା କାଲି ଚାଉଳ ମିଳିବ କହି ଭୂଆଁ ବୁଲାଉଥିବା ଅଭିଯୋଗ କରିଥିଲେ ହିତାଧିକାରୀ ।

ତେବେ ଏହି ହଙ୍ଗାମା ଏବେ ପଞ୍ଚାୟତ ସ୍ତରରୁ ଯାଇ ବ୍ଲକ ଦୁଆରରେ ପହଞ୍ଚିଛି । ଘଟଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେବେ ଏହି ସମସ୍ୟାର ସମାଧାନ ଆଶା ନେଇ ପୂର୍ବରୁ ବହୁବାର ବ୍ଲକ ଯୋଗାଣ ନିରୀକ୍ଷକ ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଆଜି ରାଜକନିକା ବିଡ଼ିଓଙ୍କୁ ଏକାଧିକ ପଞ୍ଚାୟତ ବାସି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଘେରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅନ୍ୟପଟେ ବିଡ଼ିଓ ଏହାର ତଦନ୍ତ କରି ଦୁଇଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି । ସାଧାରଣ ଗରିବ ଲୋକର ହକ୍ ଏବଂ ଦାନା ଏହି ରାସନ ସାମଗ୍ରୀ ହୋଇଥିବା ବେଳେ କିପରି ଜଣେ ଡିଲର ୪ ମାସର ଚାଉଳକୁ ଖାଇ ହଜମ କଲେ ଓ ବିଭାଗ ଜାଣିପାରିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଗତ ମାସେ ତଳେ ରାଜନଗର ବ୍ଳକ ସାତଭାୟା ପଞ୍ଚାୟତର ଜନୈକ ଡିଲର ବିରୋଧର ଅନୁରୂପ ଅଭିଯୋଗ ଆସିଥିବା ବେଳେ ବାସ୍ତବିକ ଯୋଗାଣ ବିଭାଗ କିପରି ସ୍ୱୟଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନା ଡିଲର ମାନଙ୍କ ନାଲି ଆଖିର ପଏଣ୍ଟ ତାହାକୁ ନେଇ ସଂଶୟ ଉପୁଜିବା ସ୍ୱାଭାବିକ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details