ଓଡିଶା

odisha

ETV Bharat / state

୧୯୭୪ ମସିହାରେ ପ୍ରତିଶ୍ରୁତି ଦେଇଥିଲେ ରାଜା ସାହେବ, ପୂରଣ କଲେ ମନ୍ତ୍ରୀ ପୁଅ ! - ବଳିତଳ ସେତୁ

Balital bridge foundation: କେନ୍ଦ୍ରାପଡାର ଖରସ୍ରୋତା ନଦୀରେ ବଳିତଳ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୧୧୪ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହେଉଥିବା ବେଳେ ୩୫ ମାସ ଭିତରେ ଶେଷ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ବଳିତଳ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ , ଦୂର ହେବ ରାଜକନିକାବାସୀଙ୍କ ଅସୁବିଧା
ବଳିତଳ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ , ଦୂର ହେବ ରାଜକନିକାବାସୀଙ୍କ ଅସୁବିଧା

By ETV Bharat Odisha Team

Published : Dec 28, 2023, 8:54 PM IST

ବଳିତଳ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ , ଦୂର ହେବ ରାଜକନିକାବାସୀଙ୍କ ଅସୁବିଧା

କେନ୍ଦ୍ରାପଡା: ସାକାର ହେବ ଦୀର୍ଘ ୫୦ ବର୍ଷର ସ୍ୱପ୍ନ । ନିତିଦିନିଆ ରାସ୍ତା ଦେଖିବେ ଗ୍ରାମବାସୀ । ୧୯୭୪ ମସିହାରେ ତତ୍କାଳୀନ ରାଜା ସାହେବ ତଥା ଆଳି ବିଧାୟକ ଶରତ କୁମାର ଦେବ ବଳିତଳ ଲୋକଙ୍କ ଅସୁବିଧା ଦୂର କରିବାକୁ ଦେଇଥିବା ପ୍ରତିଶୃତିକୁ ଆଜି ପୂରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ଖରସ୍ରୋତା ନଦୀ ବଳିତଳ ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜକନିକା ବ୍ଲକର ନୂଆପଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଆଳି ଓ ରାଜକନିକାବାସୀଙ୍କ ଯାତାୟତ ସୁବିଧା ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ଏହି ସେତୁ ତିନୋଟି ଜିଲ୍ଲା ସହିତ ସମ୍ପର୍କ ସ୍ଥାପନରେ ସହାୟକ ହେବ । ସେହିପରି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଆରଡ଼ିକୁ ଯାତାୟତ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସୁବିଧା ହେବ । ରାଜକନିକା ବ୍ଲକର ୨୯ ଗୋଟି ପଞ୍ଚାୟତର ଜନସାଧାରଣଙ୍କର ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଥିବା ଦାବିକୁ ଜୀବନ୍ତ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଏହି ସେତୁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ୩୫ ମାସ ଭିତରେ ଶେଷ କରାଯିବ । ୧୧୪ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହେଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ରାଜପଥ ପ୍ରକଳ୍ପରେ ଏହା ସହାୟକ ହେବ । ଅନ୍ୟପଟେ ଏହି ସେତୁରେ ୩୮୦ ମିଟର ସ୍ପାନ ସାଙ୍ଗକୁ ୧୨୬୦ ମିଟର ଆପ୍ରୋଚ ରୋଡ଼ ତିଆରି ହେବ । ଫଳରେ ଭବିଷ୍ୟତରେ ରାଜକନିକା ବ୍ଲକ ଗମନାଗମନ କ୍ଷେତ୍ରରେ ଜନସାଧାରଣଙ୍କୁ ସହାୟକ ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଏହା ମଧ୍ୟ ପଢନ୍ତୁ- WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ; ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସେହିପରି ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, "୧୯୭୨ ମସିହାରୁ ଏହି ଦାବି ରହିଥିଲା । ଆଜି ୫୦ ବର୍ଷ ପରେ ୧୧୪ କୋଟି ଟଙ୍କା ବ୍ୟୟର ଖରସ୍ରୋତା ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଲୋକଙ୍କର ଆଶା ପୂରଣ କରିବ । ଏହା ୨ ବର୍ଷ ଭିତରେ ନିର୍ମିତ ହେବାକୁ ଥିବାବେଳେ ଏଥିରେ ଲକ୍ଷାଧିକ ଲୋକ ଉପକୃତ ହେବେ ।"

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details