ଓଡିଶା

odisha

By

Published : Dec 6, 2019, 10:00 PM IST

ETV Bharat / state

ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଚାଳକ

କଟକ-ଚାନ୍ଦବାଲି ୨୦ନଂ ରାଜ୍ୟ ରାଜପଥ ମଧ୍ୟରେ ରହିଛି ବୈତରଣୀ ପୋଲ । ଏହି ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ । କେତେବେଳେ ବି ଘଟିପାରେ ଅଘଟଣ । ଯାହାକୁ ନେଇ ଚିନ୍ତାରେ ଚାଳକ ।

BAITARANI BRIDGE
ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଲୋକେ

କେନ୍ଦ୍ରାପଡା: ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ପୋଲ । ମାତ୍ର 11 ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଦବିଗଲାଣି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ଏହି ପୋଲ ଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି ।

ଦବୁଛି ବୈତରଣୀ ପୋଲ, ଚିନ୍ତାରେ ଲୋକେ

ଚାନ୍ଦବାଲି ୨୦ନଂ ରାଜ୍ୟ ରାଜପଥ ମଧ୍ୟରେ ରହିଛି ବୈତରଣୀ ପୋଲ । ଯାହା କେନ୍ଦ୍ରାପଡା-ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି । ଏହି ବୈତରଣୀ ପୋଲ ଦେଇ ପ୍ରତ୍ୟେକ ଦିନ ପାଖାପାଖି ୨୦୦୦ରୁ ଉର୍ଦ୍ଧ୍ଵ ଭାରୀଯାନ ଭଦ୍ରକ,ବାଲେଶ୍ଵର,ରାଉରକେଲା,ବାରିପଦା,କଲିକତା ଆଦି ସ୍ଥାନକୁ ଯାତାୟତ କରିଥାଏ । ସେହିପରି ଭଦ୍ରକର ଚାନ୍ଦବାଲିରୁ 50ରୁ ଉର୍ଦ୍ଧ୍ଵ ବସ କଟକ,ଭୁବନେଶ୍ଵର,ପୁରୀ,ସମ୍ବଲପୁର ଏବଂ ପାରାଦ୍ଵୀପ ଆଦି ସ୍ଥାନକୁ ଯାତାୟତ କରିଥାଏ ।

ଏହି ପୋଲକୁ ମୁଖ୍ୟତଃ କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ଵର,ପାରାଦୀପ ଓ ଯାଜପୁର ଜିଲ୍ଲାର ଲାଇଫଲାଇନ ବୋଲି କୁହାଯାଏ । ହେଲେ ଦୀର୍ଘ 4 ବର୍ଷ ହେବ ପୋଲଟି ଅନେକ ସ୍ଥାନରେ ଦବିଯିବା ସହ ଫାଟି ଆଁ କଲାଣି । ଯାହା ଫଳରେ ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଗାଡି ଚାଳକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି । ପୋଲର ଏପରି ଅବସ୍ଥାକୁ ଦେଖି ଆଗରୁ ଚାନ୍ଦିବାଲି ଅଞ୍ଚଳ ମୋଦିସେନା ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଛି । ହେଲେ ଖାଲି ପ୍ରତିଶୃତି ଆଉ କିଛି ମିଳିନି ।

ଗତ 2008 ମସିହାରେ ବୈତରଣୀ ପୋଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ତତ୍କାଳୀନ ‘ଗେମନ ଇଣ୍ଡିଆ’ କମ୍ପାନୀ ଦ୍ବାରା 22କୋଟି ଟଙ୍କା ବ୍ୟୟରେ ଏହିପୋଲ ନିର୍ମାଣ କରାଯାଇ ଭଦ୍ରକ-କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା କଟକରୁ କଲିକତା,ପାରାଦୀପରୁ ହଳଦିଆ, ଯାଜପୁରରୁ ଚାନ୍ଦବାଲି ଓ କେନ୍ଦ୍ରାପଡାରୁ ଭଦ୍ରକ ଜିଲ୍ଲା ସହିତ ସଂଯୋଗୀ କରଣ । ହେଲେ ଵର୍ତମାନ ଏହି ପୋଲଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଭାରୀଯାନ ଯିବା ମୁସ୍କିଲ ହୋଇ ପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ଯାନବାହାନ ଚଳାଚଳ ଏକ ନିଶ୍ଚିତ ବିପଦକୁ ଟାଣି ଆଣୁଛି । ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ପୋଲ ମରାମତି ଉପରେ ବିଭାଗୀୟ ଅଧିକାରୀଙ୍କୁ କହିବା ସହ ଘଟଣା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details