କେନ୍ଦ୍ରାପଡା: ପ୍ରଚାର ମଇଦାନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ପାଟକୁରା ଲେଢେଇ ନେଇ ଆଜି(ଶୁକ୍ରବାର) ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା ଆଜି(ଶୁକ୍ରବାର) ଅପରାହ୍ନରେ ବୈଜୟନ୍ତ ନିଜ ଆଦର୍ଶ ପଞ୍ଚାୟତ ଗୋଲରାହାଟରୁ ଆରମ୍ଭ କରିଥିଲେ ପ୍ରଚାର । ପ୍ରଥମେ ତିଲକପୁର ପରେ ପଣ୍ଡିତପାଟଣା, ଦୁମୁକା ଦୁମୁକାହାଟ, ଗୋଲରାହାଟ ବସ୍ତି, ଡେରାବିଶ୍ ବଜାର, ଚଷାଖଣ୍ଡ, କାଜିପୁରପାଟଣା ଗାଁର ଘର ଘର ବୁଲି ପ୍ରଚାର କରିଥିଲେ ।
ତେବେ ବିଜୟ ମହାପାତ୍ର ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ବୈଜୟନ୍ତ । ଏହାସହ ବିଜେପିର ଭୋଟହାର ଗତ ଲୋକସଭା ନିର୍ବାଚନରେ 10 ପ୍ରତିଶତ ବଢିଥିବା କହିଥିଲେ ବୈଜୟନ୍ତ ।
ଏଠାରେ ସୂଚନାଯୋଗ୍ୟ, ଗତକାଲି (ଗୁରୁବାର) ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ତାର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ