ଓଡିଶା

odisha

ETV Bharat / state

ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ - Awareness programme

କେନ୍ଦ୍ରାପଡା ଶାସନପେଟା ରେଞ୍ଜ ଅଫିସ୍ ପରିସରରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

By

Published : Nov 22, 2019, 2:26 AM IST

କେନ୍ଦ୍ରାପଡା: ଜିଲ୍ଲା ଗହୀରମଥା ବନାଞ୍ଚଳ ଶାସନପେଟା ରେଞ୍ଜ ଅଫିସ୍ ପରିସରରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଲୁଣା ଜଙ୍ଗଲ ବନଖଣ୍ଡ ବନ୍ୟଜୀବ ରାଜନଗର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଏସ୍‌ପି ନିତିଶେଖର, ଡିଏଫଓ ରାଜନଗର ବନଖଣ୍ଡ ,ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଯୋଗଦେଇଥିଲେ । ଗହୀରମଥା ଉପକୂଳରେ ସମୂହ ଅଣ୍ଡା ଦାନ ପାଇଁ ଆସୁଥିବା ଅଲିଭରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ଗହୀରମଥାର ନିଷିଦ୍ଧାଞ୍ଚଳରେ ନଭେମ୍ବର 1 ତାରିଖରୁ ମେ ମାସ 30 ତାରିଖ ପର୍ଯ୍ୟନ୍ତ ମାଛଧରା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥାଏ । ତେଣୁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟଜିବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ଶିବିରର ଆୟୋଜନ କରାଯାଇଥିଲା ।

ସାମୁଦ୍ରିକ କଇଁଛ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମତ୍ସ୍ୟଜୀବୀ, ବୁଦ୍ଧିଜିବୀ ଏବଂ ପରିବେଶବିତ୍ ଯୋଗଦେଇଥିଲେ । ଏହି ସମୟରେ ମାଛମାରିବା ପାଇଁ ବାରଣ କରାଯାଇଥିବାବେଳେ ସରକାର ମତ୍ସ୍ୟଜୀବୀ ପରିବାରଙ୍କୁ ଦେଉଥିବା ଅର୍ଥ ଠିକ୍ ଭାବରେ ମିଳିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ମତ୍ସଜୀବୀ । ତେବେ ଏବିଷୟରେ ସରକାରଙ୍କୁ ଜଣାଇବା ନେଇ କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details