କେନ୍ଦ୍ରାପଡ଼ା: ଭାରତରେ ବର୍ତ୍ତମାନ ଚାଲିଛି ଶାରଦୀୟ ପାର୍ବଣର ଋତୁ । ଗାଁ ଠାରୁ ସହର ଏବେ ଉତ୍ସବ ମୁଖର ହେବା କଥା କିନ୍ତୁ କୋରୋନା କଟକଣା ପାଇଁ ଫିକା ପଡିଛି ଚଳିତବର୍ଷର ପୂଜା । ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ରାପଡ଼ା ଡେରାବିଶ୍ ମଙ୍ଗଳପୁର ହଳଦିଆପାଟଣା ଗାଁରେ ପୂଜା ପାଇ ଆସୁଛନ୍ତି ଜଗତଜନନୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ।
ଲୋକକଥା ଅନୁଯାୟୀ,ଏହି ପୂଜା ମଣ୍ଡପକୁ ଲାଗି ଏକ ବିଲ୍ଵ ବୃକ୍ଷକୁ ଗାଁର ୫ଜଣ ଲୋକ ପୋତିଥିଲେ ଓ ବୃକ୍ଷଟି ବଞ୍ଚିରହିଲେ ଗାଁରେ ଶାରଦୀୟ ପୂଜା କରାଯିବ ବୋଲି ମନସ୍ଥ କରିଥିଲେ । ସେହିଦିନ ଠାରୁ ଆଜକୁ ୪୦ବର୍ଷ ହେବ କୌଣସି ପ୍ରକାର ପ୍ରାକୃତିକ ଦୁର୍ବିପାକ ଏହି ବୃକ୍ଷର କୌଣସି ଅସୁବିଧା କରି ପାରିନାହିଁ । ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ଏଠାରେ ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋରୋନା ମହାମାରୀ ଜନିତ କଟକଣା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ମା'ଦଶଭୁଜା ।