ଓଡିଶା

odisha

ETV Bharat / state

ନିର୍ବାଚନୀ ପ୍ରଚାର କରୁଥିଲେ, ସହକାରୀ ଶିକ୍ଷକ ଚାକିରୀରୁ ବିଦା ହେଲେ - ନିର୍ବାଚନ ପ୍ରଚାର କରି ବିଦା ହେଲେ ଶିକ୍ଷକ

ରାଜନୈତିକ ଦଳ ସହ ପ୍ରଚାର କାର୍ଯ୍ୟରେ ସାମିଲ ହେବା ଓ ବିଦ୍ୟାଳୟ ପରିସରକୁ ରାଜନୈତିକ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରି ଚାକିରୀରୁ ବିଦା ହେଲେ ସହକାରୀ ଶିକ୍ଷକ । ଅଧିକ ପଢ଼ନ୍ତୁ

associate teacher suspended for campaigning in panchayat election in kendrapara
ନିର୍ବାଚନୀ ପ୍ରଚାର କରୁଥିଲେ, ସହକାରୀ ଶିକ୍ଷକ ଚାକିରିରୁ ବିଦା ହେଲେ

By

Published : Feb 21, 2022, 9:32 PM IST

କେନ୍ଦ୍ରାପଡ଼ା: ରାଜନୈତିକ ଦଳ ସହ ପ୍ରଚାର କାର୍ଯ୍ୟରେ ସାମିଲ ହେବା ଓ ବିଦ୍ୟାଳୟ ପରିସରକୁ ରାଜନୈତିକ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରି ଚାକିରୀରୁ ବିଦା ହେଲେ ସହକାରୀ ଶିକ୍ଷକ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କାଳିକାପୁର ସୁଶ୍ରୀଦେବୀ ହାଇସ୍କୁଲର ସହକାରୀ ଶିକ୍ଷକ ବିକ୍ରମ କେଶରୀ ପରିଡା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏହାସହ ସେ ବିଦ୍ୟାଳୟକୁ ପ୍ରଚାର କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା ।

ନିର୍ବାଚନ ପ୍ରଚାର କରୁଥିଲେ, ସହକାରୀ ଶିକ୍ଷକ ଚାକିରିରୁ ବିଦା ହେଲେ

ରାଜକନିକା ବିଡିଓ ପ୍ରାଥମିକ ତଦନ୍ତ କରିବା ପରେ ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀ ମଧ୍ୟ ଏହି ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ସମସ୍ତ ଦିଗରୁ ଶିକ୍ଷକ ବିକ୍ରମ କେଶରୀ ପରିଡ଼ା ବିପକ୍ଷରେ ପ୍ରମାଣ ମିଳିଥିଲା । ପଞ୍ଚାୟତ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ଅବାଧମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ବିକ୍ରମ କେଶରୀ ପରିଡ଼ାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ସମୟରେ ବିକ୍ରମ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ନିର୍ବାଚନ ପ୍ରଚାର କରୁଥିଲେ, ସହକାରୀ ଶିକ୍ଷକ ଚାକିରିରୁ ବିଦା ହେଲେ

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details