କେନ୍ଦ୍ରାପଡା:ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି ।
ରବି ନାରାୟଣ ପଣ୍ଡାଙ୍କ କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଦାନପୁର ସ୍ଥିତ ପୈତୃକ ଘର ଓ କଂସାର ସ୍ଥିତ ଶ୍ବଶୁର ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଭିଜିଲାନ୍ସର ଏକ ୭ ଜଣିଆ ଟିମ୍ ପହଞ୍ଚି ଦାନପୁରରେ ଚଢାଉ ଜାରି ରଖିଥିବା ବେଳେ ୫ ଜଣିଆ ଟିମ କଂସାର ଶ୍ବଶୁର ଘର ଚଢ଼ାଉ କରୁଛନ୍ତି । ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶରେ ରବି ନାରାୟଣ ପଣ୍ଡାଙ୍କର ୮ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ଉଦଳାକୁ ବଦଳି ହୋଇ ଯିବା ପୂର୍ବରୁ ରବି ନାରାୟଣ ପଣ୍ଡା କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS )ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ