କେନ୍ଦ୍ରାପଡ଼ା:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୂଚନାଧିକାର ଆଇନ ବଳରେ ମିଳିଲା ସାଂଘାତିକ ତଥ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନାନା ବିବାଦ ଲାଗି ରହିଛି । ପ୍ରତ୍ନତତ୍ତ୍ୱ ବିଭାଗ ଏଭଳି ଏକ ପ୍ରକଳ୍ପ ପାଇଁ ଅନୁମତି ଦେଇଛି କି ନାହିଁ ତାହାକୁ ନେଇ ସନ୍ଦେହ ଜାତ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଉପରେ ବିପଦ ରହିଥିବା କଥା କହିଛନ୍ତି ଜଗନ୍ନାଥସେନା ଓ ଅନ୍ୟ କିଛି ସଂଗଠନ । ସେପଟେ ମହାରାଜା ଗଜପତି ମଧ୍ୟ ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା କଥା କହିଥିଲେ ।
ହେଲେ ଶ୍ରୀମନ୍ଦିର ଚାରିପାଖରେ ଏଭଳି ଏକ ପ୍ରକଳ୍ପ ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ବା ASI କୌଣସି ଅନୁମତି ଦେଇନାହିଁ । ଖଡ଼ିଅଙ୍ଗର ସୂଚନାଧିକାର କର୍ମୀ କ୍ଷିତିଶ କୁମାର ସିଂହ ଶ୍ରୀମନ୍ଦିର ଚାରିପାଖରେ ଏଭଳି ଏକ ପ୍ରକଳ୍ପ ASI ଅନୁମତି ଦେଇଛି କି ନାହିଁ, ଯଦି ଅନୁମତି ଦିଆଯାଇଛି ତେବେ ସେଥିରେ କଣ ସବୁ ଗାଇଡଲାଇନ ରହିଛି ତାହା ଜାଣିବାକୁ RTI ଦାଖଲ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ASI ପକ୍ଷରୁ କୌଣସ ଅନୁମତି କିମ୍ବା ଗାଇଡଲାଇନ୍ ଜାରି ହୋଇନଥିବା କଥା ଜଣାପଡ଼ିଛି ।