ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲୋକସଭାରେ ଦାବି ଉଠାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସ୍ବାଧୀନତାର ଦୀର୍ଘବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ସଂଯୋଗ ନଥିବା ବେଳେ ଗତବର୍ଷ ଅଗଷ୍ଟ ୧୨ରେ ଜିଲ୍ଲା ମଧ୍ୟଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥରେ ପ୍ରଥମେ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା ।
ପ୍ରତ୍ୟେକ ଦିନ କେନ୍ଦ୍ରାପଡ଼ା ମଧ୍ୟ ଦେଇ ମାଲବାହୀ ଟ୍ରେନ ଚଳାଚଳ କରୁଛି । ଅନ୍ୟପକ୍ଷେ ବାରମ୍ବାର ଆପତ୍ତି ଅଭିଯୋଗ ପରେ ମଧ୍ୟ ଯାତ୍ରୀବାହୀ ଟ୍ରେନ ଜିଲ୍ଲାକୁ ଚଳା ନଯିବା ଯୋଗୁଁ ଜନ ଅସନ୍ତୋଷ ଦେଖାଦେଇଛି । ଚଳିତବର୍ଷ ବଜେଟ ଅଧିବେଶନ ସମୟରେ ସାଂସଦ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରିଥିଲେ।