ଓଡିଶା

odisha

ETV Bharat / state

ଭିତରକନିକାର ନୂଆ ଆକର୍ଷଣ ଶ୍ବେତା, ତୃତୀୟ ଧଳା କୁମ୍ଭୀରର ହେଲା ନାମକରଣ - ଭିତରକନିକାରେ ଧଳା କୁମ୍ଭୀର

ବିଶ୍ୱରେ ବିରଳ ଧଳା କୁମ୍ଭୀର ପାଇଁ ଜଣାଶୁଣା ଭିତରକନିକା ଜାତୀୟ ଉଦ୍ୟାନ। ପ୍ରଥମେ ଗୋରୀ,ମଲ୍ଲୀ ଆଉ ଏବେ ଏକ ନୂତନ ଧଳା କୁମ୍ଭୀରର କରାଯାଇଛି ନାମକରଣ । ଯାହାର ନାମ ଶ୍ବେତା । ଅଧିକ ପଢନ୍ତୁ

ଭିତରକନିକାରେ ତୃତୀୟ ଧଳା କୁମ୍ଭୀର ଶ୍ବେତା
ଭିତରକନିକାରେ ତୃତୀୟ ଧଳା କୁମ୍ଭୀର ଶ୍ବେତା

By

Published : Jan 7, 2022, 8:17 AM IST

କେନ୍ଦ୍ରାପଡା: ଗୁରୁବାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଓ ବାହାରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ବିଶ୍ୱରେ ବିରଳ ଧଳା କୁମ୍ଭୀର ପାଇଁ ଜଣାଶୁଣା ଥିବା ଏହି ଜାତୀୟ ଉଦ୍ୟାନରେ ଗତକାଲି ଆଉ ଏକ ଧଳା କୁମ୍ଭୀରର ନାମକରଣ କରାଯାଇଛି । ଡାଙ୍ଗମାଳ ସଂରକ୍ଷଣ କେନ୍ଦ୍ର ଠାରେ ଥିବା ୩ ବର୍ଷର ଧଳା କୁମ୍ଭୀରର କରାଯାଇଛି ନାମକରଣ। ଶଙ୍ଖ ଭଳି ଧଳା ଦେଖାଯାଉଥିବା ଅଢେଇ ଫୁଟ କୁମ୍ଭୀରର ନାମ ଶ୍ବେତା ରଖାଯାଇଛି। ପୂର୍ବରୁ ଗୋରୀ ଏବଂ ମଲ୍ଲୀ ଭିତରକନିକାରେ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥିବା ବେଳେ ଏବେ ଶ୍ବେତା ମଧ୍ୟ ପର୍ଯ୍ୟଟକ ମନକୁ ମୋହିତ କରିବ ବୋଲି ଆଶାବ୍ୟକ୍ତ କରାଯାଇଛି ।

ଭିତରକନିକାରେ ତୃତୀୟ ଧଳା କୁମ୍ଭୀର ଶ୍ବେତା

ପୂର୍ବରୁ ଗୋରୀ ଏବଂ ମଲ୍ଲୀର ନାମକରଣ କରାଯାଇଥିଲା । ଭିତରକନିକା ଡାଙ୍ଗମାଳର ଆବଦ୍ଧ ପୋଖରୀରେ ୩ ବର୍ଷ ହେବ ରହୁଥିବା ଅଢେଇ ଫୁଟର ଧଳା କୁମ୍ଭୀରକୁ ପର୍ଯ୍ୟଟକମାନେ ବିଭିନ୍ନ ନାମରେ ଡାକୁଥିବା ବେଳେ ଗତକାଲି କୁମ୍ଭୀର ଗଣନା ବେଳେ ବିଶାରଦ ଡ଼କ୍ଟର ସୁଧାକର କର ଆସି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏହି କୁମ୍ଭୀରର ନାମ ଶ୍ବେତା ରଖିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details