ଓଡିଶା

odisha

ETV Bharat / state

ହାଇୱା ଧକ୍କାରେ ଆଇଟିଆଇ ଛାତ୍ର ମୃତ - ରାଜଗଡ଼ ଛକଠାରେ ସଡକ ଦୁର୍ଘଟଣା

ରାଜଗଡ଼ ଛକ ଠାରେ ଓଡି 05ଟି 9922 ନମ୍ବର ବିଶିଷ୍ଟ ଏକ ହାଇୱା ସ୍କୁଟି ପଛପଟୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଆଇଟିଆଇ ଛାତ୍ର ସମ୍ଭୁ ଭୂୟାଁଙ୍କର ମୃତ୍ୟୁ ହେବା ସହିତ ତପନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ହାଇୱା ଧକ୍କାରେ ଇଂଜିନିୟରିଂ ଛାତ୍ର ମୃତ
ହାଇୱା ଧକ୍କାରେ ଇଂଜିନିୟରିଂ ଛାତ୍ର ମୃତ

By

Published : Jul 28, 2020, 7:50 PM IST

କେନ୍ଦ୍ରାପଡା: ମହାକାଳପଡା ଥାନା ଅନ୍ତର୍ଗତ କେନ୍ଦ୍ରାପଡା ବଢିହି ରାସ୍ତାର ରାଜଗଡ଼ ଛକଠାରେ ସଡକ ଦୁର୍ଘଟଣା । ଜମ୍ବୁ ସାମୁଦ୍ରିକ ଥାନା ଅଧିନ ଜମ୍ବୁ ଉତ୍ତରପଡା ଗ୍ରାମର ସପନ ଭୂୟାଁଙ୍କ ପୁଅ ଶମ୍ଭୁ ଭୂୟାଁ ଏବଂ ତାଙ୍କର ସମ୍ପର୍କୀୟ ଭାଇ ତପନ ସାମନ୍ତ ମିଶି ମାର୍ଶାଘାଇ ସ୍ଥିତ ପିଏନଏସ ଆଇଟିଆଇ କଲେଜକୁ ଆଡମିଶନ ବାବଦ ଟଙ୍କା ଦେବା ପାଇଁ ସ୍କୁଟିରେ ଯାଉଥିଲେ ।

ହାଇୱା ଧକ୍କାରେ ଇଂଜିନିୟରିଂ ଛାତ୍ର ମୃତ

ତେବେ ରାଜଗଡ଼ ଛକ ଠାରେ ଓଡି 05ଟି 9922 ନମ୍ବର ବିଶିଷ୍ଟ ଏକ ହାଇୱା ସ୍କୁଟି ପଛପଟୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଆଇଟିଆଇ ଛାତ୍ର ସମ୍ଭୁ ଭୂୟାଁଙ୍କର ମୃତ୍ୟୁ ହେବା ସହିତ ତପନ ଆହତ ହୋଇଛନ୍ତି । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ଶମ୍ଭୁଙ୍କୁ ମୃତ ଘୋଷିତ କରିଛନ୍ତି । ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ହାଇୱାଟିକୁ ଜବତ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details