ଓଡିଶା

odisha

ETV Bharat / state

ମିଳୁନି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା, ଋଣ ଟଙ୍କା ଆଦାୟ କରି ଫେରୁଥିବାବେଳେ ନିଖୋଜ - finance company staff kidnapped

ଋଣ ଟଙ୍କା କଲେକ୍ସନ ସାରି ଫେରୁଥିବାବେଳେ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ରାସ୍ତାକଡ଼ରେ ତାଙ୍କର ବାଇକ ପଡିଥିବା ମିଳୁନି ତାଙ୍କ ପତ୍ତା । ଅଧିକ ପଢନ୍ତୁ

finance company employee missing
ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ

By ETV Bharat Odisha Team

Published : Sep 28, 2023, 5:57 PM IST

ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ

କେନ୍ଦ୍ରାପଡ଼ା:ଟଙ୍କା କଲେକ୍ସନ ସାରି ଫେରୁଥିବାବେଳେ ଏଜେଣ୍ଟ ନିଖୋଜ । ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର-ବଡିହ ମୁଖ୍ଯ ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରୁ ସେ ନିଖୋଜ ହୋଇଥିବା କୁହାଯାଉଛି । ତେବେ ନିଖୋଜ ଏଜେଣ୍ଟଙ୍କ ନାମ ସ୍ବାଗତ ସାମଲ ଘର ମହାକାଳପଡା ବ୍ଲକ ରାଜଗଡ ଗାଁରେ ।

ସୂଚନା ଅନୁସାରେ, ସ୍ବାଗତ ପାଖାପାଖି ବର୍ଷେ ହେବ ଏହି ଫାଇନାନ୍ସ କମ୍ପାନୀରେ କାମ କରି ଆସୁଥିଲେ । ତାଙ୍କର ନିଯୁକ୍ତି ସ୍ଥାନ କେନ୍ଦ୍ରାପଡ଼ାର ରାଜନଗରରେ ରହିଛି । ସ୍ୱାଗତଙ୍କ ଭାଇ ଅଭିଯୋଗ କରି କହିଛନ୍ତି, "୨୭ ତାରିଖ ସନ୍ଧ୍ୟାରେ ସ୍ୱାଗତ ବିଭିନ୍ନ ସ୍ଥାନରୁ ଋଣ ଟଙ୍କା କଲେକ୍ସନ୍ ସାରି ଫେରୁଥିଲେ । ସେହି ସମୟରେ ସେ ନିଖୋଜ ହୋଇ ଯାଇଛନ୍ତି । ସ୍ବାଗତଙ୍କ ସହିତ ଯୋଗାଯୋଗ ହୋଇ ନପାରିବାରୁ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ପ୍ରଥମେ ସୂଚନା ଦିଆଯାଇଥିଲା । ଏହାପରେ ପରିବାର ଲୋକେ ଚିନ୍ତିତ ହୋଇ ସ୍ବାଗତଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ ।"

ତେବେ ପରିବାର ଲୋକେ ଓ କମ୍ପାନୀ କର୍ତ୍ତୃପକ୍ଷ ମିଳିତ ଭାବେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ସୁଦ୍ଧା ସ୍ବାଗତଙ୍କ ଠିକଣା ମିଳିନଥିଲା । ବହୁତ ଖୋଜାଖୋଜି କରିବା ପରେ ବାବର-ବଡିହ ରାସ୍ତାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ନିଖୋଜ ସ୍ବାଗତଙ୍କ ବାଇକ ସାଇଡ଼ ଷ୍ଟାଣ୍ଡ ମରାଯାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହାସହ ସ୍ବାଗତଙ୍କ ବ୍ୟାଗ୍, ଚପଲ ଓ ଟାବଲେଟ୍ ଘଟଣା ସ୍ଥଳରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ସ୍ବାଗତ କଲେକ୍ସନ ସାରି ଫେରୁଥିବାବେଳେ ଲକ୍ଷାଧିକ ଟଙ୍କା ଆଣିଥିବା ଅନୁମାନ କରାଯାଉଥିବାବେଳେ ପଡ଼ି ରହିଥିବା ବ୍ୟାଗରେ କୌଣସି ଟଙ୍କା ନଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ବଡ଼ମ୍ବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ନିଖୋଜ, ଥାନାରେ ଏତଲା

ଏହା ବି ପଢନ୍ତୁ...ରବିବାରଠୁ ନିଖୋଜ ଥିଲେ, ଆଜି ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

ନିଖୋଜ ସ୍ବାଗତ କଲେକ୍ସନ ସାରି ଫେରୁଥିବାରୁ ତାଙ୍କ ନିକଟରେ ପ୍ରାୟ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା ଥିଲା ବୋଲି କମ୍ପାନୀ ପକ୍ଷରୁ ସୁଚନା ମିଳିଛି। ତେବେ ରାସ୍ତା କଡ଼ରୁ ମିଳିଥିବା ବ୍ୟାଗରେ କୌଣସି ଟଙ୍କା ନଥିବାବେଳେ ସ୍ବାଗତଙ୍କର କୌଣସି ଖୋଜ ଖବର ଏଯାବତ ମିଳୁନାହିଁ। ଯାହାକୁ ନେଇ ବିଭିନ୍ନ ସନ୍ଦେହ ଉପୁଜିଥିବାବେଳେ ଭାରତ ଫାଇନାନ୍ସ କମ୍ପାନୀ କର୍ତ୍ତୃପକ୍ଷ ଏବଂ ସ୍ୱାଗତଙ୍କ ପରିବାର ପକ୍ଷରୁ ତନ୍ତିଆପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


ଇଟିଭି ଭାରତ,କେନ୍ଦ୍ରାପଡ଼ା

ABOUT THE AUTHOR

...view details