ଓଡିଶା

odisha

ETV Bharat / state

5 ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ 85 ବର୍ଷୀୟ ବୃଦ୍ଧ ଗିରଫ - 5 ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ, 5 ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ 85 ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ପଢନ୍ତୁ ଅଧିକ.....

5 ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ 85 ବର୍ଷୀୟ ବୃଦ୍ଧ ଗିରଫ
5 ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ 85 ବର୍ଷୀୟ ବୃଦ୍ଧ ଗିରଫ

By

Published : Nov 30, 2020, 9:06 PM IST

କେନ୍ଦ୍ରାପଡା: 5ବର୍ଷର ଶିଶୁ କନ୍ୟାକୁ 85 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ । ଏପିରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଆଳି ଅଞ୍ଚଳରେ । ଆଳି ଥାନା ଅନ୍ତର୍ଗତ ଜନୈକା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବାର ଶିଶୁର ମା’ ଆଳି ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

5 ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ 85 ବର୍ଷୀୟ ବୃଦ୍ଧ ଗିରଫ

ଆଳି ଥାନା ଅନ୍ତର୍ଗତ ମହିଳା ନିଜ ଏତଲାରେ ଦର୍ଶାଇଛନ୍ତି ଯେ, ସେହି ଗ୍ରାମର ଜନୈକ ବୟସ୍କ ଦୋକାନୀ ଗତ ୨୩ ତାରିଖ ଦିନ ତାଙ୍କର ୫ ବର୍ଷର ସାନଝିଅକୁ ଟେକିନେଇ ନିଜ କ୍ୟାବିନ ଭିତରେ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିଥିଲେ। ପରେ ଶିଶୁକନ୍ୟାକୁ ଉକ୍ତ ଦୋକାନ ସାମ୍ନାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ତାର ସମ୍ବେଦନଶୀଳ ଅଙ୍ଗରେ ଗଭୀର ଆଘତ ଦେଖିବାକୁ ମିଳିଥିଲା ।

ଏହାପରେ ଝିଅର ମା ଗତ ୨୮ ତାରିଖରେ ଶିଶୁଟି ସହ ଦୁଷ୍କର୍ମ ହୋଇଥିବା ନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସୁନାକର ପାତ୍ରକୁ ପଟ୍ଟାମୁଣ୍ଡାଇରୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details