ଓଡିଶା

odisha

By

Published : May 22, 2020, 11:47 AM IST

ETV Bharat / state

କେନ୍ଦ୍ରାପଡାରେ 'ଅମ୍ଫାନ' ଉଜାଡିଦେଲା 600ରୁ ଉର୍ଦ୍ଧ୍ବ ବାସଗୃହ

କେନ୍ଦ୍ରାପଡା ଜିଲ୍ଲାରେ 249ଟି ପଞ୍ଚାୟତର 1592ଟି ଗ୍ରାମ ପ୍ରଭାବିତ ହୋଇଥିବା ଏବଂ 2ଟି ମ୍ୟୁନିସିପାଲିଟିର 41ଟି ୱାର୍ଡ ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି 655ଟି ବାସଗୃହ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡାରେ 'ଅମ୍ଫାନ' ଉଜାଡିଦେଲା 600ରୁ ଉର୍ଦ୍ଧ୍ବ ବାସଗୃହକେନ୍ଦ୍ରାପଡାରେ 'ଅମ୍ଫାନ' ଉଜାଡିଦେଲା 600ରୁ ଉର୍ଦ୍ଧ୍ବ ବାସଗୃହ
କେନ୍ଦ୍ରାପଡାରେ 'ଅମ୍ଫାନ' ଉଜାଡିଦେଲା 600ରୁ ଉର୍ଦ୍ଧ୍ବ ବାସଗୃହ

କେନ୍ଦ୍ରାପଡା: ଚାଲି ଯାଇଛି 'ଅମ୍ଫାନ', ଛାଡି ଯାଇଛି ଚିହ୍ନ । କେନ୍ଦ୍ରାପଡା ଜିଲ୍ଲାକୁ ଏକପ୍ରକାର କ୍ଷତିଗ୍ରସ୍ତ କରିଦେଇଛି 'ଅମ୍ଫାନ' । ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ବିଭିନ୍ନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଛି । ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଅମ୍ଫାନ'ରେ ମୃତାହତ ସଂଖ୍ୟା ଶୂନ ଦର୍ଶାଉଛି କିନ୍ତୁ ବାତ୍ୟାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ ସାତଭାୟା ଅଞ୍ଚଳର କୋଇଲି ବେହେରା ଓ ମହାକାଳପଡ଼ା ବତୀଘର ଅଞ୍ଚଳ ସାନଟୁବି ଗାଁର ଯମୁନା ମଣ୍ଡଳଙ୍କ ମୃ୍ତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡାରେ 'ଅମ୍ଫାନ' ଉଜାଡିଦେଲା 600ରୁ ଉର୍ଦ୍ଧ୍ବ ବାସଗୃହ

ସେହିପରି ପ୍ରଶାସନ ପକ୍ଷରୁ ଜିଲ୍ଲାର 249ଟି ପଞ୍ଚାୟତର 1592ଟି ଗ୍ରାମ ପ୍ରଭାବିତ ହୋଇଥିବା ଏବଂ 2ଟି ମ୍ୟୁନିସିପାଲିଟିର 41ଟି ୱାର୍ଡ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । 'ଅମ୍ଫାନ'ରେ 1522901 ଜନସାଧାରଣ ପ୍ରଭାବିତ ହୋଇଥିବା ବେଳେ 622ଗୋଟି ବାସଗୃହ ପ୍ରଭାବିତ ହୋଇଛି । 39864ଜଣ ଲୋକଙ୍କୁ ବାତ୍ୟା ପୁର୍ବରୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ 655ଟି ବାସଗୃହ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଅମ୍ଫାନ ବାତ୍ୟାରେ 622ଟି କେନ୍ଦ୍ରରେ 32722 ଜଣ ମହିଳା ଓ ପୁରୁଷ ଏବଂ 7142ଜଣ ପିଲାଙ୍କୁ ଚୁଡା,ଗୁଡ଼ ଓ ଚିନି ଦିଆଯାଇଛି । ସେହିପରି ଅମ୍ଫାନ ବାତ୍ୟାରେ 818ଟି LT ପୋଲ,297ଟି HT ପୋଲ, 40ଟି ସବଷ୍ଟେସନ ଓ 69 ସ୍ପାନ କଣ୍ଟ୍ରାକ୍ଟର ଭାଙ୍ଗିଥିବା ଜଣାପଡିଛି ।

ତେବେ ଗୁରୁବାର ବାତ୍ୟା ଛାଡି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ଗୁମୁରା ଗାଁ ଜଳବନ୍ଦୀ ଥିବାରୁ ସେଠାରେ ସ୍ଥାନୀୟ ବିଧାୟକ ଓ ପୋଲିସ ଅଧିକାରୀ ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ ଆର୍ଥିକ ସହାୟତା କରିଥିଲେ ଓ ଖୁବଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details