ଓଡିଶା

odisha

ETV Bharat / state

ଋଣ ଦେବା ନାଁରେ 14 ଲକ୍ଷ ଟଙ୍କା ଠକେଇ ଅଭିଯୋଗ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗ୍ରାମର ପାଖାପାଖି ୪୦୦ଜଣ ମହିଳାଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଋଣ ଦେବା ନାଁ ଜଣେ ବ୍ୟକ୍ତି 14 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

By

Published : Sep 3, 2020, 6:48 AM IST

ଋଣ ଦେବା ନାଁରେ 14 ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଋଣ ଦେବା ନାଁରେ 14 ଲକ୍ଷ ଟଙ୍କା ଠକେଇ ଅଭିଯୋଗ

କେନ୍ଦ୍ରାପଡା: ଋଣ ଦେବା ନାଁରେ ଠକେଇ ଅଭିଯୋଗ। ଲକ୍ଷେ ନୁହେଁ 2 ଲକ୍ଷ ନୁହେଁ 14 ଲକ୍ଷ ଠକିନେଲା ଜଣେ ବ୍ୟକ୍ତି । ନ୍ୟାୟ ଆଶାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକରୁ ।

ଋଣ ଦେବା ନାଁରେ 14 ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଅକ୍ଷୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ପାଖାପାଖି ୪୦୦ଜଣ ମହିଳାଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଋଣ ଦେବା ନାଁ କହି ଜଣଙ୍କ ପିଛା ୩୫୦୦ ଟଙ୍କା ଠକିନେଇଛି । ପ୍ରାୟ ୧୪ଲକ୍ଷ ଟଙ୍କା ଠକେଇ କରିଥିବା ଏହି ଅଭିଯୋଗ ନେଇ ମହିଳାମାନେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ବେଳେ ସେଠାରୁ ମାମଲା ସଦର ଥାନାରେ ପହଞ୍ଚିଥିଲା । ହେଲେ ପୋଲିସର ନିଷ୍କ୍ରିୟତା ପାଇଁ ଅଭିଯୁକ୍ତ ଧରା ପଡୁନଥିବା ପ୍ରତିବାଦ କରି ମହିଳାମାନେ ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି ଟଙ୍କା ଫେରାଇ ଦେବାକୁ ମହିଳା ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details