ଓଡିଶା

odisha

ETV Bharat / state

ପୋଲିସଙ୍କ ଗୁଣ୍ଡାରାଜ! ଆଇଆଇସିଙ୍କ ନାମରେ ସଙ୍ଗୀନ ଅଭିଯୋଗ - ପୋଲିସ ନାମରେ ମହିଳାଙ୍କୁ ମାଡମାରିବା ଅଭିଯୋଗ

ମାର୍ଶାଘାଇ ଆଇଆଇସି ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ମାଡ଼ ମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

Allegation against kendrapara marshaghai iic
ଆଇଆଇସିଙ୍କ ନାମରେ ସଙ୍ଗୀନ ଅଭିଯୋଗ

By

Published : Jul 9, 2023, 3:02 PM IST

ଆଇଆଇସିଙ୍କ ନାମରେ ସଙ୍ଗୀନ ଅଭିଯୋଗ

କେନ୍ଦ୍ରାପଡା: ପୋଲିସ ପୋଷାକ ଭିତରେ ଲୁଚିଛି ଗୁଣ୍ଡା । ରାତିରେ ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି । ରାଜ୍ୟରେ 5T ଶାସନ ଚାଲୁଥିବା ବେଳେ ଜିଲ୍ଲାରେ ଆଇନ କାନୁନ କେମିତି ଅଲଗା ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ । ମାର୍ଶାଘାଇ ଆଇସିସି ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ମାଡ଼ ମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଆଇଆଇସିଙ୍କ ନାମରେ ସଙ୍ଗୀନ ଅଭିଯୋଗ

ମାର୍ଶାଘାଇ ଆଇଆଇସିଙ୍କ ଦବଙ୍ଗଗିରି ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାରେ ଚୁପ ରହିବା ଏହାର ବିଭିନ୍ନ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ଆଇଆଇସିଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଛି । ଶନିବାର ବିଳମ୍ବିତ ରାତିରେ ସ୍ବାମୀଙ୍କୁ ଖୋଜିବା ଆଳରେ ଜଣେ ଦଳିତ ମହିଳାଙ୍କୁ ଅସଦାଚରଣ ସହିତ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରାପଡା ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ସଂପୃକ୍ତ ପୀଡିତା ମହିଳା ଜଣଙ୍କ ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିବାଦ ପିଛା ଛାଡୁନି । ଗତ ଏପ୍ରିଲ ମାସରେ ଜଣେ କାର୍ଯ୍ୟରତ ସାମ୍ବାଦିକ ତଥା ସୂଚନାଧିକାର କର୍ମୀଙ୍କୁ ଗୁଣ୍ଡା ଲଗାଇ ମାଡ଼ ମାରିବା ଅଭିଯୋଗ ହେବା ପରେ ଏଇ କିଛିଦିନ ତଳେ ଜଣେ ଦଳିତ ନେତାଙ୍କୁ ଥାନାରେ ମାଡ଼ ମାରିବା ସହିତ ସର୍ଭିସ୍ ରିଭଲଭର ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ପୁଣି ଜଣେ ଦଳିତ ମହିଳାଙ୍କ ଘରକୁ ଯାଇ ତାଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ଏଏସଆଇଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ନ୍ୟାୟ ଦାବିରେ ପରିବାର

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପାଟକୁରା ଥାନା ଖର୍ଦାସାହି ଗାଁର କମଳାକାନ୍ତ ବେହେରାଙ୍କ ପତ୍ନୀ ଏକା ଘରେ ଥିବା ସମୟରେ ମାର୍ଶାଘାଇ ଥାନା ଅଧିକାରୀ ଜ୍ଯୋତିରଞ୍ଜନ ସାମନ୍ତରାୟ ତାଙ୍କ ଘରକୁ ଯାଇ ସ୍ବାମୀ କେଉଁଆଡେ ଯାଇଛନ୍ତି ବୋଲି ପଚାରିଥିଲେ । ଏହାପରେ ଆଇଆଇସି ଜ୍ୟୋତିରଞ୍ଜନ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ ।

କମଳାକାନ୍ତଙ୍କୁ ନପାଇବା ପରେ ସଂପୃକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ମାଡ଼ ମାରିଛନ୍ତି । ଥାନା ଅଧିକାରୀଙ୍କ ମାଡ଼ରେ ଆହତ ମହିଳା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଏନେଇ ପୀଡ଼ିତା କେନ୍ଦ୍ରାପଡା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଶୃଙ୍ଖଳିତ ବିଭାଗରେ ଏଭଳି ଜଣେ ଥାନା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ଏବଂ ଉପରିସ୍ଥ ଅଧିକାରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ନନେବା ପୋଲିସ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details