ଓଡିଶା

odisha

ETV Bharat / state

ଆସନ୍ତା ୧୦ ରୁ ଖୋଲିବ କେନ୍ଦ୍ରାପଡ଼ାର ସମସ୍ତ ମନ୍ଦିର - All the temples in Kendrapara will open

ଆସନ୍ତା୧୦ ରୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଆସନ୍ତା ୧୦ ରୁ ଖୋଲିବ କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ମନ୍ଦିର
ଆସନ୍ତା ୧୦ ରୁ ଖୋଲିବ କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ମନ୍ଦିର

By

Published : Jan 3, 2021, 6:57 PM IST

କେନ୍ଦ୍ରାପଡ଼ା: ମହାମାରୀ କୋଭିଡ କଟକଣା ଯୋଗୁଁ ଦୀର୍ଘଦିନ ଧରି ରାଜ୍ୟର ବନ୍ଦ ଥିବା ମନ୍ଦିର ପର୍ଯ୍ୟାୟ କ୍ରମେ ଖୋଲିବାରେ ଲାଗିଛି । ସେହି କ୍ରମରେ ଆସନ୍ତା୧୦ ରୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜାନୁଆରୀ ୧୦ ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ସୂଚନା ମିଳିଛି। ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ, ପରିଚାଳନା କମିଟିର ନିଷ୍ପତ୍ତି ପରେ ମନ୍ଦିର ଗୁଡିକ ଖୋଲାଯିବ।

ଆସନ୍ତା ୧୦ ରୁ ଖୋଲିବ କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ମନ୍ଦିର

ମନ୍ଦିର ଗୁଡିକ ଖୋଲିବା ଓ ଭକ୍ତଙ୍କ ଦର୍ଶନ ସମୟରେ କୋଭିଡ ନିୟମର ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶହେରୁ ଅଧିକ ବ୍ୟକ୍ତିଙ୍କ ଏକତ୍ର ହେବା ଉପରେ କଟକଣା ଜାରି ମଧ୍ୟ ହୋଇଛି। ଏନେଇ କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details