ଓଡିଶା

odisha

ETV Bharat / state

ସୋମବାର ଠାରୁ ଦିନ ୨ଟାରୁ କେନ୍ଦ୍ରାପଡ଼ାରେ ଦୋକାନବଜାର ବନ୍ଦ - ସୋମବାର ଠାରୁ ଦିନ ୨ରୁ କେନ୍ଦ୍ରାପଡ଼ାରେ ଦୋକାନବଜାର ବନ୍ଦ

ଜିଲ୍ଲାରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପରାହ୍ନ ୨ ଘଟିକା ଠାରୁ ସକାଳ ୭ ଘଟିକା ଯାଏଁ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ । ଅଧିକ ପଢନ୍ତୁ...

All shops will close from 2pm in Kendrapara
ସୋମବାର ଠାରୁ ଦିନ ୨ରୁ କେନ୍ଦ୍ରାପଡ଼ାରେ ଦୋକାନବଜାର ବନ୍ଦ

By

Published : Apr 29, 2021, 5:45 PM IST

କେନ୍ଦ୍ରାପଡା: ଜିଲ୍ଲାରେ ବଢୁଥିବା କୋଭିଡ ଦ୍ବିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପରାହ୍ନ ୨ ଘଟିକା ଠାରୁ ସକାଳ ୭ ଘଟିକା ଯାଏଁ ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ ।

ସୋମବାର ଠାରୁ ଦିନ ୨ରୁ କେନ୍ଦ୍ରାପଡ଼ାରେ ଦୋକାନବଜାର ବନ୍ଦ

ଆଜି(ଗୁରୁବାର) ମ୍ୟୁନିସିପାଲିଟି ଟାଉନ ହଲରେ ଅନୁଷ୍ଠିତ ବୈଠକରେ ସହରର ସମସ୍ତ ବ୍ୟବସାୟୀ, ଉପ ଜିଲ୍ଲାପାଳ, ମ୍ୟୁନିସିପାଲିଟି ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ସହରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନକୁ ଅପରାହ୍ନ ୨ଟାରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସହରରେ ଏବେ ସୁଦ୍ଧା ୩୨ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଆକ୍ଟିଭ ସଂକ୍ରମିତ ସଂଖ୍ୟା ୧୨ ରହିଛି । ସମସ୍ତ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଉଥିବାବେଳେ ଜଣେ ଗୁରୁତରଙ୍କୁ କୋଭିଡ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ପୌରନିର୍ବାହୀ ଅଧିକାରୀ ।

ତେବେ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳମାନଙ୍କରେ ଏହି ବନ୍ଦ ପ୍ରକ୍ରିୟା ଜାରି କରିବାକୁ ବ୍ୟବସାୟୀଙ୍କ ସହ ବିଚାରବିମର୍ଶ କରୁଛି ପ୍ରଶାସନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details