ଓଡିଶା

odisha

By

Published : Aug 16, 2022, 10:38 PM IST

ETV Bharat / state

ବନ୍ୟାରେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ, ଶିକ୍ଷକ ବାଣ୍ଟିବେ ରିଲିଫ

କେନ୍ଦ୍ରାପଡ଼ାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକରେ ବନ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ଓ ୧୮ ତାରିଖରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି ବନ୍ୟା ଜନିତ କ୍ଷୟକ୍ଷତିରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ । ଅଧିକ ପଢ଼ନ୍ତୁ

ବନ୍ୟାରେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ, ଶିକ୍ଷକ ବାଣ୍ଟିବେ ରିଲିଫ
ବନ୍ୟାରେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ, ଶିକ୍ଷକ ବାଣ୍ଟିବେ ରିଲିଫ

କେନ୍ଦ୍ରାପଡ଼ା: ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ସର୍ବାଧିକ ପ୍ରଭାବିତ ୩ଟି ବ୍ଲକର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଆସନ୍ତା ୧୭ ଓ ୧୮ ତାରିଖରେ ଛାତ୍ରଛାତ୍ରୀ ଆସିବେନି ସ୍କୁଲ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି ବନ୍ୟା ଜନିତ କ୍ଷୟକ୍ଷତିରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ।

ମହାନଦୀରେ ଭୀଷଣ ବନ୍ୟା କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ଏହାର ଶାଖା ନଦୀ ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆ ଓ ପାଇକା ଆଦି ନଦୀରେ ଘାଇ ସୃଷ୍ଟି ହୋଇଛି । ଏହି ନଦୀ ଗୁଡ଼ିକର ଉପକୂଳବର୍ତ୍ତୀ ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ଅନେକ ଗ୍ରାମ ଜଳମଗ୍ନ ଅବସ୍ଥାରେ ରହିଛି । ତେବେ ଆଗକୁ ଆହୁରି ଲଘୁଚାପ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧୭ ଓ ୧୮ ଅଗଷ୍ଟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି ବନ୍ୟା ଜନିତ କ୍ଷୟକ୍ଷତିରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details