ଓଡିଶା

odisha

ETV Bharat / state

ପାଟକୁରାରେ ନିରପେକ୍ଷ ନିର୍ବାଚନ ହୋଇନାହିଁ: ବିରୋଧୀ - ନିରପେକ୍ଷ ନିର୍ବାଚନ

ବିଜେଡି ସରକାରୀ କଳ ସହ ପ୍ରଚୁର ଅର୍ଥ ଖର୍ଚ୍ଚ କରିଛି । ପାଟକୁରାରେ ନିରପେକ୍ଷ ନିର୍ବାଚନ ହୋଇନାହିଁ ତେଣୁ ବିଜେପି ପରାଜିତ ହେଲା ।

ଫଟୋ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର

By

Published : Jul 24, 2019, 5:47 PM IST

ଭୁବନେଶ୍ବର: ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡିର ଏହି ବିପୁଳ ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ ଥିଲା । ଏହି ନିର୍ବାଚନରେ ତିନିଗୁଣା ଅଧିକ ଭୋଟ ପାଇଛି। ଥରେ ଜଣେ ନେତା ପାଟକୁରା, ତାପରେ ମହାକାଳପଡା ଓ ପୁଣି ପାଟକୁରାରୁ ଲଢ଼ିବା କଣ ସ୍ବାଭିମାନର ଲଢେଇ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

କଂଗ୍ରେସ ଏହି ନିର୍ବାଚନରେ ଅମାନତ ହରାଇଛି । ଏହାର ସମୀକ୍ଷା ହେବ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ଏହି ନିର୍ବାଚନରେ ସରକାରୀ କଳ ଓ ବାହୁବଳର ବ୍ୟାପକ ବ୍ୟବହାର କରିବା ସହ ଭୋଟ ପିଛା 5000 ଟଙ୍କା ବାଣ୍ଟିଛନ୍ତି । ବିଜେପି ମଧ୍ୟ ଭୋଟ ପିଛା 2ରୁ 3 ହଜାର ଟଙ୍କା ବାଣ୍ଟିଛି । ବିଜେଡି 30ରୁ 35 ହଜାର ଭୋଟ ବ୍ୟବଧାନ ଆଶା କରିଥିବା ବେଳେ ବ୍ୟବଧାନ କମିଛି, ଏହା ତାଙ୍କୁ ଶକ୍ତ ଧକ୍କା ବୋଲି କଟାକ୍ଷ କରିଛନ୍ତି ତାରା

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସରକାରୀ ଦଳର ବ୍ୟାପକ ଅର୍ଥ ଓ ବାହୁବଳକୁ ଦାୟୀ କରିଛନ୍ତି । ବିଜେପି ଏହି ନିର୍ବାଚନ ଜିତିବା କଥା । କିନ୍ତୁ କାହିଁକି ହାରିଲା ତାର ସମୀକ୍ଷା ହେବ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details