ଓଡିଶା

odisha

ETV Bharat / state

Panchayat Election: ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ସର୍ବଦଳୀୟ ବୈଠକ - କେନ୍ଦ୍ରାପଡ଼ାରେ ସର୍ବଦଳୀୟ ବୈଠକ

କେନ୍ଦ୍ରାପଡ଼ାରେ ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ନିରପେକ୍ଷ ଓ ଅବାଧ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ । ଅଧିକ ପଢ଼ନ୍ତୁ

all party meeting held in kendrapara for neutral panchayat election
Panchayat Election: ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ସର୍ବଦଳୀୟ ବୈଠକ

By

Published : Jan 16, 2022, 4:15 PM IST

କେନ୍ଦ୍ରାପଡ଼ା:ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ନିରପେକ୍ଷ ଓ ଅବାଧ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ଥିଲେ ।

Panchayat Election: ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ସର୍ବଦଳୀୟ ବୈଠକ

ଆଦର୍ଶ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ଆଲୋଚନା କରିବା ସହ ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରତିଶ୍ରୁତି ଦେଇଛନ୍ତି । ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ସମେତ ୫ଜଣଙ୍କୁ ନେଇ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରାଯାଇପାରିବ, ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀ, ସମର୍ଥକ କିମ୍ବା ପ୍ରସ୍ତାବକ ଉପସ୍ଥିତ ରହି ପାରିବେ । ଏହାକୁ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡମେମ୍ବର, ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିଭଳି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ୩୨ଟି ଜୋନର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ।

ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ନିର୍ବାଚନୀ ପ୍ରଚାର କରାଯିବ । ଏଥିପାଇଁ କେତେକ ସ୍ବତନ୍ତ୍ର ଗାଇଡଲାଇନ ରହିଛି । କେବଳ ଜିଲ୍ଲା ପରିଷଦ ପ୍ରାର୍ଥିମାନେ ଦଳୀୟ ନେତାଙ୍କ ଫଟୋ ବ୍ୟବହାର କରି ପାରବେ । ଅନ୍ୟ ପଦବୀ ଯଥା ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ । ଏହାକୁ ନେଇ ବୈଠକରେ ଉପସ୍ଥିତ ରାଜନୈତିକ ଦଳ ଗୁଡ଼ିକୁ ସୂଚିତ କରାଯାଇଛି ।

ମତଦାନ ପରେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଭୋଟବାକ୍ସକୁ ରଖାଯିବ । ଏହାପରେ ଏକାଥରକେ ଗଣନା କରାଯିବାକୁ ନିୟମ ରହିଛି । ସେପଟେ ଭୋଟବାକ୍ସ ଗୁଡ଼ିକୁ ସିସିଟିଭି ସର୍ଭିଲାନ୍ସରେ ରଖିବାକୁ ଦାବି କରିଥିଲେ କଂଗ୍ରେସ ନେତା ।



କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details