କେନ୍ଦ୍ରାପଡା:"ଅଗ୍ନିପୁତ୍ର ବିପ୍ଲବୀ ଆନନ୍ଦଚନ୍ଦ୍ର" ପୁସ୍ତକ ଉନ୍ମୋଚିତ । ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ରାଜ୍ୟପାଳ ଗଣେଶୀ ଲାଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଟାଉନହଲରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଆନନ୍ଦଚନ୍ଦ୍ରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।
ଏଥିସହ ଏହି ସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ତେବେ କନିକା ରାଜାଙ୍କ ଶାସନ ସମୟରେ ପ୍ରଜା ମାନଙ୍କ ଉପରେ ବିଭିନ୍ନ ପ୍ରକାର କର ବସାଯାଇଥିଲା।ଏହାକୁ ବିରୋଧ କରି ପ୍ରଜା ଆନ୍ଦୋଳନ ଆରମ୍ଭ ହେବାରୁ କନିକା ରାଜା ଆନ୍ଦୋଳନକାରୀଙ୍କୁ ଜେଲ ଦଣ୍ଡ ଦେଇଥିଲେ। ଜେଲରେ ଥିବା ସମୟରେ ବିପ୍ଲବୀ ଆନନ୍ଦଚନ୍ଦ୍ର "ଦୁଃଖିନୀ କନିକା"ନାମକ ପୁସ୍ତକ ଲେଖି ସୁପ୍ତ ପ୍ରାୟ କନିକାବାସୀଙ୍କୁ ଏକତ୍ର କରି ରାଜାଙ୍କ ବିରୋଧରେ ଆନ୍ଦୋଳନ କରି ଗାଦିଚ୍ୟୁତ କରାଇ ଥିଲେ ।