ଓଡିଶା

odisha

By ETV Bharat Odisha Team

Published : Dec 22, 2023, 10:10 PM IST

ETV Bharat / state

ଭାଇ ଭଉଣୀଙ୍କ କ୍ଷମତା ଲଢେଇ, ନିର୍ବାଚନରେ କିଏ ହେବେ ବେଦପ୍ରକାଶଙ୍କ ଉତ୍ତରାଧିକାରୀ ?

Agarwal Family Controversy: କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ସଜବାଜ । ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀକୁ ପୃଥକ ପୃଥକ ଭାବେ ପାଳିଛନ୍ତି ତାଙ୍କୁ ପୁଅ ଝିଅ । ଅଧିକ ପଢନ୍ତୁ

କ୍ଷମତା ଲଢେଇ
କ୍ଷମତା ଲଢେଇ

କ୍ଷମତା ଲଢେଇ

କେନ୍ଦ୍ରାପଡ଼ା: ଭାଇ ଭଉଣୀଙ୍କ କ୍ଷମତା ଲଢେଇକୁ ନେଇ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଏଭଳି ସ୍ଥିତି ଉପୁଜିଛି । ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀକୁ ପୃଥକ ପୃଥକ ଭାବେ ପାଳିଛନ୍ତି ତାଙ୍କୁ ପୁଅ ଝିଅ । ଗତ ୨୦ ତାରିଖରେ ଥିଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଶ୍ଵକର୍ମା କୁହାଯାଉଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମଜୟନ୍ତୀ। ନିଜର ଜୀବନ କାଳ ମଧ୍ୟରେ ୮ ଥର ବିଧାୟକ ଓ ୪ ଥର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିବା ବେଦପ୍ରକାଶ ୨୦୧୯ ମସିହା ସାଧାରଣ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଏହି ଆସନରୁ ଉପନିର୍ବାଚନରେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ ।

ବାର୍ଦ୍ଧକ୍ୟ କାରଣରୁ ସାବିତ୍ରୀ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିପାରିଲେ ନାହିଁ । ଏଣୁ ପୁଅ ସଞ୍ଜୟ ଅଗ୍ରୱାଲ ମା'ଙ୍କ ଦାୟିତ୍ବ ତୁଲାଇ ଆସୁଛନ୍ତି । "ବେଦପ୍ରକାଶ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଜନସାଧାରଣଙ୍କ କଥା ଭାବୁଭାବୁ କେବେ ନିଜ ପରିବାର ଲୋକଙ୍କୁ ରାଜନୀତିକୁ ଆଣିବା ପାଇଁ ଚିନ୍ତା କରିନଥିଲେ" ବୋଲି କହିଛନ୍ତି ତାଙ୍କ ଘନିଷ୍ଠ ତଥା ଶିଷ୍ୟ ଭାବେ ଜଣାଶୁଣା ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ। ବେଦପ୍ରକାଶଙ୍କ ଅବର୍ତ୍ତମାନରେ ଗତ ୨୦୨୦ ମସିହାରୁ 'ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ' ଗଠନ କରାଯାଇ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥାଏ।

ଚଳିତବର୍ଷ ଡିସେମ୍ବର ୨୦ ବେଦପ୍ରକାଶଙ୍କ ଜନ୍ମଦିବସରେ ସ୍ମୃତି ପରିଷଦ ପକ୍ଷରୁ କେନ୍ଦ୍ରାପଡା ସଂସ୍କୃତି ଭବନରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଏ. ନାଇଡୁ, କଟକ ମେୟର ସୁବାସ ସିଂଙ୍କ ଯୋଗ ଦେଇଥିଲେ। ଅନ୍ୟପଟେ ଗତ ୪ ବର୍ଷରେ ବେଦପ୍ରକାଶଙ୍କ ଜନ୍ମ ଜୟନ୍ତୀରେ କୌଣସି କାର୍ଯ୍ୟକ୍ରମ ପାଳୁନଥିବା ସଞ୍ଜୟ ଚଳିତ ଥର ଡେରାବିଶ ବ୍ଲକ ଚାନ୍ଦୋଳ ନିକଟବର୍ତ୍ତୀ କାକତିଆରେ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସିମୁଳିଆ ରାଜନୀତି: ଆସନ ହାତେଇବେ ନୂଆ ଚେହେରା ନା ବଜାୟ ରହିବ ପରିବାରବାଦ ?

ସବୁଠୁ ବଡ଼ କଥା ହେଉଛି, ଦୁଇ ଭାଇଭଉଣୀ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରେ ବାପାଙ୍କର ପାଇଁ ଜନ୍ମଜୟନ୍ତୀ ପାଳନ କରୁଥିବାବେଳେ ପରସ୍ପରକୁ ଜଣାଇ ନାହାନ୍ତି। ଅପରପକ୍ଷେ ସଞ୍ଜୟଙ୍କ ପ୍ରତିକ୍ରିୟା ଅନୁଯାୟୀ, "ବେଦପ୍ରକାଶଙ୍କ ଅନେକ ସମର୍ଥକ ଅଛନ୍ତି ଯେକେହି ବି ଆଜିର ଦିନରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି । ମଧୁମତିଙ୍କ ସହ ପାରିବାରିକ ସମ୍ପର୍କ ଥାଇପାରେ କିନ୍ତୁ କୌଣସି ରାଜନୈତିକ ସମ୍ପର୍କ ନାହିଁ ।"

ସେହିପରି "ସୁଯୋଗ ମିଳିଲେ ସେବା କରିବି ଓ କିଏ କ'ଣ କହିଲା ସେଥିରେ କିଛି ଯାଏ ଆସେ ନାହିଁ", ବୋଲି କହିଛନ୍ତି ବେଦପ୍ରକାଶଙ୍କ ଝିଅ ତଥା ଓଡ଼ିଶା ହାଇକୋର୍ଟର ଓକିଲ ମଧୁମତି ଅଗ୍ରୱାଲ। ପାଟକୁରା ରାଜନୀତିରେ ଅଗ୍ରୱାଲ ପରିବାରର ଦବଦବା ବଜାୟ ରହିଥିବାବେଳେ ଏବେ ପାରିବାରିକ ଅନ୍ତଃକନ୍ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details