କେନ୍ଦ୍ରାପଡା: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଗତକାଲି (ଶୁକ୍ରବାର) ଭିଡିଓରେ ବଖାଣିଥିଲେ କ୍ଷୋଭ ଓ ଅଭିମାନ ଭରା ଅନୁଭୂତି । ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ ତାଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି । ଟ୍ବିଟ କରି ଅନୁଭବ କହିଛନ୍ତି ଏ ଜନ୍ମରେ କଦାପି ଏକାଠି ହୋଇପାରିବେନାହିଁ , ପୁନର୍ବାର ମିଳନ ନେଇ ଅନୁରୋଧ ନକରିବାକୁ ଫ୍ୟାନଙ୍କୁ ନିବେଦନ କରିଛନ୍ତି ଅନୁଭବ ।
ଗତକାଲି (ଗୁରୁବାର) ଆଖିରେ ଆଖିଏ ଲୁହ ଓ ଛାତିରେ କୋହ ଭରି ସୋସିଆଲ ମିଡିଆରେ ଭିଡିଓରେ ଏକ ଭିଡିଓ ସେୟାର କରିଥିଲେ । ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି କହିବା ସହ ପ୍ରେମ କରି ଭୁଲ କରିଥିବା କହିଥିଲେ ଅନୁଭବ । ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିବା ଠାରୁ ଆଜିଯାଏ ସେ କେଉଁଭଳି ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ତାହା ମଧ୍ୟ କହିଥିଲେ ।