କେନ୍ଦ୍ରାପଡା:ଜିଲ୍ଲା ମହାକାଳପଡା ତେରଗାଁର ପୋଲିସ ଅଧିକାରୀ ଶ୍ରୀଧର ବେହେରାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛି ତାଙ୍କ ପୁରା ପରିବାର । ଅଧିକାରୀଙ୍କ ତିନି ଝିଅ ପୂଜାରାଣୀ, ରୋଜାଲିନ ଓ ଲକ୍ଷ୍ମୀପ୍ରିୟାଙ୍କ ଦୁଃଖର କାହାଣୀ ସମ୍ପର୍କରେ ସୋମବାର ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ମଙ୍ଗଳବାର ତିନି ଭଉଣୀ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ସହଯୋଗ ଭିକ୍ଷା କରିଥିଲେ । ସେମାନେ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀଙ୍କୁ ସାକ୍ଷାତ କରିଥିଲେ । ତେବେ ଆନୁସଙ୍ଗିକ କାଗଜପତ୍ର ଜମା କରାଯିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଶ୍ରୀଧରଙ୍କ ପରିବାରକୁ ସହାୟତାର ପ୍ରତିଶୃତି ଦେଲା ପ୍ରଶାସନ - କେନ୍ଦ୍ରାପଡା ଶ୍ରୀଧର ବେହେରା
ଶ୍ରୀଧର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ଅସହାୟ ପରିବାରକୁ ସହଯୋଗ ପାଇଁ ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...
ଶ୍ରୀଧରଙ୍କ ପରିବାରକୁ ସହାୟତାର ପ୍ରତିଶ୍ରୁତି ଦେଲେ ପ୍ରଶାସନ
ଶ୍ରୀଧରଙ୍କ ପରିବାରକୁ ସହାୟତାର ପ୍ରତିଶ୍ରୁତି ଦେଲେ ପ୍ରଶାସନ
ଅପରପକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶ୍ରୀଧରଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତିନି ଭଉଣୀଙ୍କ ଉଚ୍ଚଶିକ୍ଷା ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ