ଓଡିଶା

odisha

ETV Bharat / state

କୋଭିଡରେ ପ୍ରାଣ ହରାଇଥିବା ବାପା ମା' ଛେଉଣ୍ଡ ପିଲାଙ୍କୁ ସହାୟତା କଲା ପ୍ରଶାସନ - ଅସହାୟ ଶିଶୁ

କୋଭିଡ଼ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ପିତାମାତା। ଅସହାୟ ତିନି ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡରେ ପ୍ରାଣ ହରାଇଥିବା ବାପା ମା ଛେଉଣ୍ଡ ପିଲାଙ୍କୁ ସହାୟତା କଲା ପ୍ରଶାସନ
କୋଭିଡରେ ପ୍ରାଣ ହରାଇଥିବା ବାପା ମା ଛେଉଣ୍ଡ ପିଲାଙ୍କୁ ସହାୟତା କଲା ପ୍ରଶାସନ

By

Published : Jun 15, 2021, 1:02 PM IST

କେନ୍ଦ୍ରାପଡ଼ା:କୋଭିଡ଼ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ପିତାମାତା। ଅସହାୟ ତିନି ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଆଳି ବ୍ଲକ ଚଣ୍ଡିଆଗଡ଼ି ଗାଁର କିଶୋର ଚନ୍ଦ୍ର ରଥ ଆନ୍ଧ୍ରପ୍ରଦେଶର ଏକ ବେସରକାରୀ ସଂସ୍ଥାରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବାବେଳେ କୋଭିଡ ଆକ୍ରାନ୍ତ ହୋଇ ଗତ ମେ ୪ ତାରିଖରେ ସେଠାରେ ମୃତ୍ୟୁବରଣ କରିଥିଲେ। ପରଦିନ କିଶୋରଙ୍କ ପତ୍ନୀ ସୁପ୍ରିୟା ଓ ତାଙ୍କ ତିନି ପିଲା ଓଡିଶା ଆସିବା ପରେ ସେମାନଙ୍କ କୋଭିଡ ପରୀକ୍ଷା କରାଯିବାରୁ ସୁପ୍ରିୟା ପଜିଟିଭ ଚିହ୍ନଟ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମେ ୬ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

କୋଭିଡରେ ପ୍ରାଣ ହରାଇଥିବା ବାପା ମା ଛେଉଣ୍ଡ ପିଲାଙ୍କୁ ସହାୟତା କଲା ପ୍ରଶାସନ

ଏପଟେ ତିନି ଶିଶୁ ଅନାଥ ଅବସ୍ଥାରେ ଏବେ ପଟ୍ଟାମୁଣ୍ଡାଇସ୍ଥିତ ନିଜ ମାମୁଁଙ୍କ ଘରେ ରହୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ତିନି ଅନାଥ ଶିଶୁଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ମଧୁବାବୁ ପେନସନ ଯୋଜନାରେ ୩ମାସର ଭତ୍ତା ବାବଦକୁ ୧୫୦୦ଟଙ୍କା ଓ ପରିଚୟ ପତ୍ର ପ୍ରତ୍ୟେକ ଶିଶୁଙ୍କୁ ପ୍ରଦାନ କରିଥିଲେ।

ଏହି ତିନିଜଣ ଶିଶୁ ସିବିଏସଇ ପାଠ ପଢୁଥିବାରୁ ବିଦ୍ୟାଳୟ ଖୋଲିଲେ ଏମାନଙ୍କୁ କେଭି, ଆଦର୍ଶ ବିଦ୍ୟାଳୟ କିମ୍ବା ନବୋଦୟ ବିଦ୍ୟାଳୟରେ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହି ତିନି ଶିଶୁଙ୍କର ଉତ୍ତରୋତ୍ତର ଉନ୍ନତି ସହ ସମାଜରେ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details