ଓଡିଶା

odisha

ETV Bharat / state

ଆଡ଼ପମଣ୍ଡପକୁ ବିଜେ କଲେ ତିନି ଠାକୁର, ଆଜି ଖାଇବେ ଦହିପଖାଳ - କେନ୍ଦ୍ରାପଡା ରଥଯାତ୍ରା

ବ୍ରହ୍ମ ତାଳଧ୍ବଜ ରଥ ସୋମବାର ପୂର୍ବାହ୍ନ 11ଟାରେ ଟଣା ହୋଇ ଅପରାହ୍ନ 2ଟାରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ଏହା ପରେ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିଛନ୍ତି ମହାପ୍ରଭୁ ବଳଦେବଜୀଉଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢନ୍ତୁ

ଆଡ଼ପମଣ୍ଡପକୁ ବିଜେ କଲେ ତିନି ଠାକୁର
ଆଡ଼ପମଣ୍ଡପକୁ ବିଜେ କଲେ ତିନି ଠାକୁର

By

Published : Jul 5, 2022, 8:42 AM IST

କେନ୍ଦ୍ରାପଡା: ବ୍ରହ୍ମ ତାଳଧ୍ବଜ ରଥ ସୋମବାର ପୂର୍ବାହ୍ନ 11ଟାରେ ଟଣା ହୋଇ ଅପରାହ୍ନ 2ଟାରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ଏହା ପରେ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିଛନ୍ତି ମହାପ୍ରଭୁ ବଳଦେବଜୀଉଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ଠାକୁରଙ୍କୁ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ରଥାରୂଢ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ରାତି 10ଟାରେ ପହଣ୍ଡି ବେଜ ହୋଇ ଶ୍ରୀଜୀଉ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶ୍ରୀଜୀଉଙ୍କ ଧାଡି ପହଣ୍ଡି ବିଜେ ଦେଖିବାକୁ ଭକ୍ତ ଅପଲକ ନୟନରେ ଚାହିଁ ରହିଥିଲେ ଆଉ ତାହା ପୂରଣ ହୋଇଛି ।

ଆଡ଼ପମଣ୍ଡପକୁ ବିଜେ କଲେ ତିନି ଠାକୁର

ସନ୍ଧ୍ୟା ଦଇତା ସେବକମାନଙ୍କ ଦ୍ବାରା ନୂତନ ବସ୍ତ୍ର ସହିତ ଟାହିଆ ପରିଧାନ କରାଯାଇଥିଲା। ଗତ ଶୁକ୍ରବାର ଅପରାହ୍ନ ଠାରୁ ମହାପ୍ରଭୁ ରଥାରୂଢ ହୋଇଥିବା ବେଳେ ଆଜି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ପାଖରେ କେବଳ ଫଳ ଆହାର ଭୋଗ ଲାଗି କରାଯାଇଛି । ପାଟପଟୁଆର ବନାଟିଖେଳ ସହିତ ଆତସବାଜି ଦେଖିବାକୁ ମିଳିଥିଲା । ଦଇତା ସେବାୟତମାନେ ମହାପ୍ରଭୁଙ୍କୁ ମାଉସୀ ମା' ଘରକୁ ନିଆଗଲା । ମାଉସୀ ଘରେ ପହଞ୍ଚିଲା ପରେ ସ୍ନାନ କରାଯିବ ପରେ ପରେ ରାତ୍ରଧୂପ ଓ ମହାପ୍ରଭୁଙ୍କ ବଡ ସିଂହାରବେଶ ପରେ ଦହିପଖାଳ ଭୋଗ ଲାଗି କରାଯିବ ।

ରବିବାର ରଥଟଣା ସଠିକ ଭାବରେ ହୋଇ ନଥିବାରୁ ତାହା ଉତ୍ତର ଦିଗକୁ ମାଡି ଯାଇଥିଲା । ରାତିସାରା ରେଳ ବିଭାଗ ଯନ୍ତ୍ରୀ, କର୍ମଚାରୀ ପରିଶ୍ରମ କରି ରଥର ମୋଡକୁ ସଠିକ ଦିଗକୁ ଆଣିବା ପରେ ସୋମବାର ରଥଟଣା ସମ୍ଭବ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details