କେନ୍ଦ୍ରାପଡା:ସଦର ଥାନା ଅନ୍ତର୍ଗତ ବିରିବାଟୀ ଦଣ୍ଡା ବହୁଚର୍ଚ୍ଚିତ ଧନୁତୀର ମାରି ହତ୍ୟା ଘଟଣାରେ ଆଜି ରାୟ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟ । ହତ୍ୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତାସହ ୧ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଭିଯୁକ୍ତ ବାୱା ମୁଣ୍ଡାର ପତ୍ନୀ ପାରିବାରିକ କଳହ କାରଣରୁ ସ୍ଥାନୀୟ ସୁନାକର ବାରିକଙ୍କ ଘରେ ଆଶ୍ରୟ ନେଇଥିଲେ । ଏହାକୁ ନେଇ ବାୱା ଏବଂ ସୁନାକରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ୨୦୧୫ ମସିହା ନଭେମ୍ବର ୨୫ ତାରିଖ ଦିନ ମଧ୍ୟାହ୍ନରେ ଅଭିଯୁକ୍ତ ବାୱା, ସୁନାକରଙ୍କୁ ଏକ ଧନୁତୀର ମାରିଥିଲେ । ଏଥିରେ ସୁନାକରଙ୍କ ମୃତ୍ୟୁ ହୋଇଥିଲା ।