ଓଡିଶା

odisha

ETV Bharat / state

ସରପଞ୍ଚଙ୍କୁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଯାଇ ଢେଲାମାଡ ଖାଇ ଫେରିଲା ପୋଲିସ - ତଦନ୍ତ କରିବାକୁ ଯାଇ ଢେଲାମାଡ଼ ଖାଇ ଫେରିଲା ପୋଲିସ

ସରପଞ୍ଚଙ୍କୁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସକୁ ଢେଲାମାଡ଼ । ଅଧିକ ପଢନ୍ତୁ

accused attacked police
accused attacked police

By

Published : Mar 16, 2023, 9:24 AM IST

accused attacked police

କେନ୍ଦ୍ରାପଡା: ଅଭିଯୋଗର ତଦନ୍ତ କରିବାକୁ ଯାଇ ଢେଲା ମାଡ଼ ଖାଇ ଫେରିଲା ପୋଲିସ । ଗୋଟିଏ ପଟେ ଗ୍ରାମବାସୀଙ୍କ ଉତ୍ତେଜନା ସାଙ୍ଗକୁ ଅନ୍ୟପଟେ ପୋଲିସକୁ ଆକ୍ରମଣ ଘଟଣାକୁ ନେଇ ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସରଗରମ ହୋଇ ଉଠିଛି । ଗତକାଲି ମଧ୍ୟାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ସଦର ଥାନା ବଳଭଦ୍ରପୁର ପଞ୍ଚାୟତର ସରପଞ୍ଚ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିବା ସହିତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଘଟଣା କାରଣରୁ ବଳଭଦ୍ରପୁର ସରପଞ୍ଚ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅନ୍ୟପଟେ ମାଡ଼ ମାରିବା ସହିତ 1,70,000 ଟଙ୍କା ଓ ସୁନା ଚେନ ଲୁଟି ନେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଥିଲା । ଏନେଇ ପରେ ଗ୍ରାମାଞ୍ଚଳ ପୋଲିସ ଏତଲା ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେଇଥିଲେ ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତ ମାନେ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ । ତେବେ ଏହି ଘଟଣାକୁ ନେଇ ଗାଁ ଓ ଥାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ ମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ସେପଟେ ପଟ୍ଟାମୁଣ୍ଡାଇ SDPO ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଧାରଣାରତ ଲୋକ ପ୍ରତିନିଧି ମାନଙ୍କୁ ବୁଝାସୁଝା କରିଥିଲେ ।

ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ବାଲିପାଟଣା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଚାଲିଥିବା ବେଳେ ଡାମରପୁର ଅଞ୍ଚଳର କିଛି ଯୁବକ ଯଜ୍ଞ ଦେଖିବାକୁ ଆସିଥିଲେ । ସେଠାରେ ସେମାନେ ମହିଳା ମାନଙ୍କୁ ନିଶାସକ୍ତ ଅବସ୍ଥାରେ କମେଣ୍ଟ ମାରିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଜାଣି ଯଜ୍ଞ କମିଟିର କର୍ମକର୍ତ୍ତା କମେଣ୍ଟ ମାରୁଥିବା ମଦ୍ୟପ ଯୁବକ ମାନଙ୍କୁ ଆଣି ଗୋଟିଏ ସ୍ଥାନରେ ବସାଇଥିଲେ । ପରବର୍ତ୍ତୀ ସମୟରେ ଡାମରପୁର ସରପଞ୍ଚ ଆସି ଘଟଣାର ଆଶୁ ସମାଧାନ କରି ଆସନ୍ତା ୧୯ ତାରିଖରେ ପଞ୍ଚାୟତ ସ୍ତରରେ ଏହାର ବିଚାର କରାଯିବ କହି ସମ୍ପୃକ୍ତ ଯୁବକ ମାନଙ୍କୁ ମୁକୁଳାଇଥିଲେ ।

ଗତକାଲି ମଧ୍ୟାହ୍ନରେ ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝାଙ୍କ ଭାଇ ବ୍ୟବସାୟ ଉଦ୍ଦେଶ୍ୟରେ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟି ନେଇଥିଲେ ଉକ୍ତ ଯୁବକ । ପରେ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମାରି ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଉଭୟ ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା । କେବଳ ସେତିକି ନୁହେଁ, ଗାଁକୁ ତଦନ୍ତ ପାଇଁ ଯାଇଥିବା ପୋଲିସ ମଧ୍ୟ ନିରାପଦରେ ଫେରି ପାରିନଥିଲେ । ତେବେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବାରମ୍ବାର ପ୍ରଶ୍ନ ଉଠିବା ଓ ଏବେ ଉଭୟ ଲୋକ ପ୍ରତିନିଧି ଏବଂ ପୋଲିସ ଉପରେ ଆକ୍ରମଣ ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।



ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details