ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ବିଜେଡିରେ ଅନ୍ତଃକନ୍ଦଳ, ଅଭିଯୋଗ ଆଣିଲେ କର୍ମୀ - ଟିକେଟ ବଣ୍ଟାକୁ ନେଇ କେନ୍ଦ୍ରାପଡା ବିଜେଡିରେ କନ୍ଦଳ

କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ବିଜେଡି ଟିକେଟ ବଣ୍ଟାକୁ ନେଇ ନିଆଁ ଥମିବାର ନାଁ ନେଉ ନାହିଁ । ତେବେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ତଥା କେନ୍ଦ୍ରାପଡ଼ା ଆସନର ସମସ୍ତ କଥା ବୁଝୁଥିବା ବିଧାୟକଙ୍କ ପ୍ରତିନିଧି ସତ୍ୟପ୍ରକାଶ ବେହେରା(ଗୁଡୁ)ଙ୍କ ଆଲୋଚନା ସମୟର ଏକ ଅଡିଓକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି କେନ୍ଦ୍ରାପଡ଼ା "ଜିଲ୍ଲା ସଂଖ୍ୟାଲଘୁ ମଙ୍ଗଳ ଓ ଉନ୍ନତିକରଣ କମିଟି"ର ସଭାପତି ଅବଦୁଲ ମଜିଦ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ବିଜେଡିରେ ଅନ୍ତଃକନ୍ଦଳ, ଅଭିଯୋଗ ଆଣିଲେ କର୍ମୀ
କେନ୍ଦ୍ରାପଡାରେ ବିଜେଡିରେ ଅନ୍ତଃକନ୍ଦଳ, ଅଭିଯୋଗ ଆଣିଲେ କର୍ମୀ

By

Published : Mar 9, 2022, 9:11 PM IST

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ବିଜେଡି ଟିକେଟ ବଣ୍ଟାକୁ ନେଇ ନିଆଁ ଥମିବାର ନାଁ ନେଉ ନାହିଁ । ତେବେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ତଥା କେନ୍ଦ୍ରାପଡ଼ା ଆସନର ସମସ୍ତ କଥା ବୁଝୁଥିବା ବିଧାୟକଙ୍କ ପ୍ରତିନିଧି ସତ୍ୟପ୍ରକାଶ ବେହେରା(ଗୁଡୁ)ଙ୍କ ଆଲୋଚନା ସମୟର ଏକ ଅଡିଓକୁ ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛନ୍ତି କେନ୍ଦ୍ରାପଡ଼ା "ଜିଲ୍ଲା ସଂଖ୍ୟାଲଘୁ ମଙ୍ଗଳ ଓ ଉନ୍ନତିକରଣ କମିଟି"ର ସଭାପତି ଅବଦୁଲ ମଜିଦ । ବିଧାୟକଙ୍କ ପୁଅ ଏହି ଅଡିଓରେ ଦଳୀୟ ଅନ୍ତଃକନ୍ଦଳ ସୃଷ୍ଟି କରାଇ ଦଳରେ ସହରରେ ଆକ୍ଟିଭ ଥିବା ସଙ୍ଗଠନକୁ ପରିବର୍ତ୍ତନ କରାଇବା ପାଇଁ ବିଜେଡିର ରାଜ୍ୟ ସମ୍ପାଦକ ତଥା ବର୍ତ୍ତମାନ ପୌରାଧ୍ୟକ୍ଷା ପ୍ରାର୍ଥୀନୀଙ୍କ ସ୍ୱାମୀ ରଣଜିତ ସାହୁ, ଟାଉନ ସଭାପତି ଯଯାତି କେଶରୀ ମହାନ୍ତି, ନଗର କାର୍ଯ୍ୟକାରୀ ସଭାପତି ତଥା ୧୩ନଂ ୱାର୍ଡରୁ ବିଜେଡି କାଉନସିଲର ପ୍ରାର୍ଥୀ ମଙ୍ଗଳ ବରଣ ସିଂହ ଆଲୋଚନା କରିଥିବା ଅଭିଯୋଗ ଆଣିଛନ୍ତି ମଜିଦ ।

କେନ୍ଦ୍ରାପଡାରେ ବିଜେଡିରେ ଅନ୍ତଃକନ୍ଦଳ, ଅଭିଯୋଗ ଆଣିଲେ କର୍ମୀ

ଖାଲି କେବଳ ସେତିକି ନୁହେଁ ଏହି 32 ମିନିଟ ଅଡିଓ କ୍ଲିପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଇ ନିଜର ଦବଦବା ରଖୁଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ତାଙ୍କ ନିଜ ଲୋକଙ୍କୁ ରଖି ଜିଲ୍ଲାର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ହାତକୁ ନେବେ ଓ ସଙ୍ଗଠନ ତିଆରି କରିଥିବା କର୍ମୀଙ୍କୁ ମାଷ୍ଟରଷ୍ଟ୍ରୋକ ଦେଇ ବ୍ୟାକଫୁଟକୁ ଠେଲି ଦେବା ପାଇଁ ଯୋଜନା କରୁଥିବା କହିଛନ୍ତି ମଜିଦ । ଏହାକୁ ନେଇ ଏବେ କେନ୍ଦ୍ରାପଡ଼ା ରାଜନୀତିରେ ବିସ୍ଫୋରଣ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏନେଇ ସତ୍ୟପ୍ରକାଶଙ୍କୁ ଯୋଗାଯୋଗ କରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details