ଓଡିଶା

odisha

ETV Bharat / state

ସନ୍ଦେହଜନକ ଭାବେ ଯୁବକ ନିଖୋଜ, ତାଳଚୁଆ ପୋଲିସର ଛାନଭିନ ଜାରି

ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୧ ବର୍ଷୀୟ ଜଣେ ଯୁବକ ଦୁଇଦିନ ହେବ ଘରୁ କୁଆଡ଼େ ପଳାଇ ଯାଇଥିବା ବେଳେ ଗତକାଲି(ଶନିବାର) ତାଙ୍କର ସ୍କୁଟି ନଳିତାପାଟିଆ ଘାଟ ନିକଟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାନଭିନ କରୁଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ । ଅଧିକ ପଢନ୍ତୁ...

By

Published : Feb 28, 2021, 9:53 AM IST

ସନ୍ଦେହଜନକ ଭାବେ ଯୁବକ ନିଖୋଜ, ତାଳଚୁଆ ପୋଲିସର ଛାନଭିନି ଜାରି
ସନ୍ଦେହଜନକ ଭାବେ ଯୁବକ ନିଖୋଜ, ତାଳଚୁଆ ପୋଲିସର ଛାନଭିନି ଜାରି

କେନ୍ଦ୍ରାପଡ଼ା: ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ଯୁବକ ନିଖୋଜ। ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୧ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ବିଶ୍ବାଳ ଦୁଇଦିନ ହେବ ଘରୁ କୁଆଡ଼େ ପଳାଇ ଯାଇଥିବା ବେଳେ ଗତକାଲି(ଶନିବାର) ତାଙ୍କର ସ୍କୁଟି, କିଛି ରକ୍ତ, ପାଣି ବୋତଲ ଏବଂ ଏକ ଭଙ୍ଗା ମଦବୋତଲ ନଳିତାପାଟିଆ ଘାଟ ନିକଟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାନଭିନ କରୁଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ।

ସନ୍ଦେହଜନକ ଭାବେ ଯୁବକ ନିଖୋଜ, ତାଳଚୁଆ ପୋଲିସର ଛାନଭିନି ଜାରି

ଏନେଇ ପରିବାର ଲୋକେ ତାଳଚୁଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜଖବର ମିଳିନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details