ଓଡିଶା

odisha

ETV Bharat / state

ପ୍ରେମୀ ଯୁଗଳରୁ ପତି-ପତ୍ନୀର ଯାତ୍ରା, ସାତଜନ୍ମର ସାଥୀ ହେଲେ କିନ୍ନର - transgender married in kendrapara

ସମାଜରେ ଥିବା ତୃତୀୟ ଲିଙ୍ଗ କିନ୍ନରଙ୍କ ପ୍ରତି ଥିବା ଘୃଣ୍ୟଭାବନା ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ । ଆଉ ଆଜି ନିଜ ପ୍ରେମକୁ ବିବାହର ନାଁ ନେଇ ନେଇ ଜଣେ କିନ୍ନରକୁ ପତ୍ନୀର ମର୍ଯ୍ୟାଦା ଦେଇଛନ୍ତି କାହ୍ନା । ଅଧିକ ପଢନ୍ତୁ...

kendrapara
କେନ୍ଦ୍ରାପଡାର ନିଆରା ବିବାହ

By

Published : Jul 21, 2020, 10:22 PM IST

କେନ୍ଦ୍ରାପଡା: ଦୁଇବର୍ଷର ଭଲପାଇବା ଆଉ ଏବେ ବିବାହ । କେନ୍ଦ୍ରାପଡା ଜିଲ୍ଲାରେ ଜଣେ କିନ୍ନରଙ୍କୁ ଜଣେ ଯୁବକ ବିବାହ କରିବା ପ୍ରଥମ ଘଟଣା ହୋଇଥିଲା ବେଳେ ଏହି ବିବାହ ପାଇଁ ମୁଖ୍ୟ ସୂତ୍ରଧର ଥିଲେ ବଳଦେବଜୀଉ କିନ୍ନର ସଂଘ ଓ ସଦର ଥାନା ଅଧିକାରୀ ।

କେନ୍ଦ୍ରାପଡ଼ା ରାଜନଗର ଖଣ୍ଡେଇପଡା ଅଞ୍ଚଳର ସରୋଜ କୁମାର ସ୍ବାଇଁ ଓରଫ କାହ୍ନା କେନ୍ଦ୍ରାପଡ଼ା ବଳଦେବଜୀଉ କିନ୍ନର ସଂଘର ସଦସ୍ୟା କଣ୍ଢେଇଙ୍କୁ ଦୀର୍ଘ ଦୁଇବର୍ଷ ହେବ ଭଲ ପାଇ ଆସୁଥିଲେ। ତେବେ କାହ୍ନାଙ୍କ ପରିବାର ଏହାକୁ ବିରୋଧ କରିବାରୁ ସେ ଘରଛାଡି କଣ୍ଢେଇ ରହୁଥିବା 5ନଂ ଜାତୀୟ ରାଜପଥର କଜଳାକୁ ଆସି ତାଙ୍କ ସହିତ ରହିବାକୁ ଲାଗିଥିଲେ ।

କେନ୍ଦ୍ରାପଡାର ନିଆରା ବିବାହ

ହେଲେ ଏହାକୁ ନେଇ କାହ୍ନାଙ୍କ ପରିବାର ଏକ ନିଖୋଜ ଓ ପରେ ଅପହରଣ ମାମଲା ରୁଜୁ କରିଥିଲେ ବି ଏମାନଙ୍କୁ ଅଲଗା କରିପାରି ନଥିଲେ । ଶେଷରେ ଆଜି କିନ୍ନର ସଂଘ ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶ୍ୟାମସୁନ୍ଦରପୁର ଜଗନ୍ନାଥ ମନ୍ଦିରରେ ବିବାହ ସମ୍ପନ୍ନ କରାଯାଇଛି । ଏନେଇ ଉଭୟ କଣ୍ଢେଇ ଓ କାହ୍ନା ବେଶ ଖୁସି ଥିବା କହିଛନ୍ତି ।

ଏକ ନିଆରା ବିବାହ ଭାବରେ ଜଣେ କିନ୍ନରଙ୍କୁ ବିବାହ କରିଥିବା ଏହି ଯୁବକଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିଥିବା ବେଳେ ଏହି ବିବାହ ଦ୍ବାରା ସମାଜରେ କିନ୍ନରଙ୍କ ପ୍ରତି ଥିବା ଘୃଣାଭାବକୁ ବହୁମାତ୍ରାରେ ଦୁରେଇବ ବୋଲି ଆଶା କରିଛନ୍ତି ସଦରଥାନା ଅଧିକାରୀ । ସେହିପରି ବାଜା ବାଣ ରୋଷଣୀ ବିନା ସମ୍ପୂର୍ଣ୍ଣ ସାମାଜିକ ଦୂରତ୍ବ,ମାସ୍କ ପରିଧାନ ନିୟମକୁ ମାନି ଏହି ବିବାହ ସମ୍ପନ୍ନ କରାଯାଇ ପାରିଥିବାରୁ ସଦର ଥାନା ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି କିନ୍ନର ସଂଘ ସଭାପତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details