କେନ୍ଦ୍ରାପଡ଼ା: ଟ୍ୟୁସନ ସମୟରେ ପାଠ ନଆସିବାରୁ ଟ୍ୟୁସନ ଦିଦି ସ୍ବାମୀଙ୍କ ଆକ୍ରମଣର ଶିକାର ହେଲେ ମାର୍ଶାଘାଇ ଜାଭିୟର ସ୍କୁଲର ଷ୍ଟାଣ୍ଡାର୍ଡ 3ର ଛାତ୍ର ମାନବାଦିତ୍ୟ ଦାସ ପରିଡା। ସୂଚନା ଅନୁଯାୟୀ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟସେବିକା କାଜମିନି ଦାସଙ୍କ ପୁଅ ମାନବାଦିତ୍ୟ ଟ୍ୟୁସନ ପାଇଁ ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁର ଗ୍ରାମର ରାଜେନ୍ଦ୍ର ରାଉତଙ୍କ ପତ୍ନୀ ଲଷ୍ମୀପ୍ରିୟା ବେହେରାଙ୍କ ପାଖକୁ ଯାଉଥିଲେ। ସବୁଦିନ ପରି ଗତକାଲି ଟ୍ୟୁସନ ପାଇଁ ସନ୍ଧ୍ୟାରେ ଯାଇଥିବା ବେଳେ ପାଠ ନଆସିବାରୁ ମନବାଦିତ୍ୟଙ୍କୁ ଏକ କେବୁଲ ତାରରେ ଅତର୍କିତ ମାଡ଼ ମାରିଥିଲେ।
ଛାତ୍ରଜଣଙ୍କ ଚିତ୍କାର କରିବାରୁ ଏକ ଗୋଲେଇ ରାଉଣ୍ଡରେ ଠିଆ କରି ଅମାନୁଷିକ ଭାବେ ପିଟିଥିଲେ ଦିଦିଙ୍କ ସ୍ବାମୀ। ଗୁରୁତର ହେବାରୁ ଛାତ୍ରଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତି କରାଯାଇଥିଲା । ପରେ ଛାତ୍ରଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ଅଭିଯୁକ୍ତ ଟ୍ୟୁସନ ଦିଦିଙ୍କ ସ୍ବାମୀ ରାଜେନ୍ଦ୍ରକୁ ଗିରଫ କରିଛି।