ଓଡିଶା

odisha

ETV Bharat / state

ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା: ସମସ୍ତଙ୍କର ଆଶାବାଡି ଦିବ୍ୟାଙ୍ଗ ରବିନ୍ଦ୍ର - kendrapada news

ପେଷାରେ ଜଣେ ସରକାରୀ ବିଦ୍ୟାଳୟରେ ପାଚିକା କିନ୍ତୁ ନିଶା ତାଙ୍କର ଛୋଟ ପିଲାଙ୍କୁ ପାଠ ପଢାଇବା ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା। ସେ ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜର କାମ କରିବା ସହିତ ଅସୁବିଧାରେ ପଡିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ତାଙ୍କର ନିଶା। ଏହିପରି ଏକ ଭଲ ଖବର ଦେଖିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଞ୍ଚଳରୁ ।

ଇଚ୍ଛାଥିଲେ ସମ୍ଭବ; କରି ଦେଖାଇଲେ ରବିନ୍ଦ୍ର,ପଢନ୍ତୁ ଜଣେ ଦିବ୍ୟାଙ୍ଗଙ୍କ କାହାଣୀ
ଇଚ୍ଛାଥିଲେ ସମ୍ଭବ; କରି ଦେଖାଇଲେ ରବିନ୍ଦ୍ର,ପଢନ୍ତୁ ଜଣେ ଦିବ୍ୟାଙ୍ଗଙ୍କ କାହାଣୀ

By

Published : Dec 31, 2020, 4:56 PM IST

କେନ୍ଦ୍ରାପଡା: ପେଷାରେ ଜଣେ ସରକାରୀ ବିଦ୍ୟାଳୟରେ ପାଚିକା କିନ୍ତୁ ନିଶା ତାଙ୍କର ଛୋଟ ପିଲାଙ୍କୁ ପାଠ ପଢାଇବା । ଆଉ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା । ନିଜେ ଦିବ୍ୟାଙ୍ଗ ହୋଇଥିଲେ ବି କାହାରି ଉପରେ ନିର୍ଭରଶୀଳ ନୁହେଁ ବରଂ ଅନ୍ୟର ସାଜିଛନ୍ତି ଆଶାର ବାଡି । ଆମେ କହୁଛୁ କେନ୍ଦ୍ରାପଡା ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତ ଖରିଅଣ୍ଟା ଗ୍ରାମର ରବିନ୍ଦ୍ର ନାୟକଙ୍କ କଥା ।

ଇଚ୍ଛାଥିଲେ ସମ୍ଭବ; କରି ଦେଖାଇଲେ ରବିନ୍ଦ୍ର,ପଢନ୍ତୁ ଜଣେ ଦିବ୍ୟାଙ୍ଗଙ୍କ କାହାଣୀ(

ବୟସ ୩୭ ବର୍ଷ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇଥିବାରୁ ତିନି ଚକିଆ ସାଇକେଲ ହିଁ ତାଙ୍କର ସାହା ଭରସା । ଅଭାବ ଅଟନନ ଭିତରେ 10ମ ଯାଏଁ ପାଠ ପଢିଛନ୍ତି । ଗତ 6 ବର୍ଷ ହେଲା ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଛନ୍ତି । କାଲି ନିଜ କାମ ନୁହେଁ ବରଂ ବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ପାଇଁ ସେ ଚିନ୍ତା କରନ୍ତି। ଲକଡାଉନ ମଧ୍ୟରେ ସ୍କୁଲ ବନ୍ଦ ଥିବାବେଳେ ସ୍କୁଲରେ ସଫା କାର୍ଯ୍ୟଠୁ ଆରମ୍ଭ କରି ଘର ଘର ବୁଲି ପିଲାଙ୍କୁ ପାଠ ପଢାନ୍ତି ରବିନ୍ଦ୍ର । କିନ୍ତୁ କାହାରିଠୁ ଟଙ୍କାଟିଏ ବି ନିଅନ୍ତିନି ।

ଦୀର୍ଘ ୨୨ ବର୍ଷ ହେବ ରବିନ୍ଦ୍ର ଛୋଟଛୋଟ ଛାତ୍ରଛାତ୍ରୀଙ୍କୁ ପାଠପଢାଇ ଆସୁଛନ୍ତି। ଆଉ ତାଙ୍କ ପାଖରେ ପାଠ ପଢିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଅନେକ ଚାକିରି ମଧ୍ୟ କରି ସାରିଲେଣି। କେବଳ ଏତିକି ନୁହେଁ ପଞ୍ଚାୟତରେ କେଉଁ ଠାରେ ନଳକୂପ ଖରାପ ହେଉ କିମ୍ବା କାହାର ବାର୍ଦ୍ଧକ୍ୟ ଭତ୍ତା, କିମ୍ବା କିଏ ପାଇଖାନା ପାଇବେ ସେଥିପାଇଁ ସେ ଲାଗିପଡନ୍ତି । ସେହି ତିନି ଚକିଆ ସାଇକେଲ ନେଇ ପଞ୍ଚାୟତ ଅଫିସ ବାହାରି ପଡନ୍ତି ରବିନ୍ଦ୍ର। ରବିନ୍ଦ୍ରଙ୍କର ଏହିପରି ନିଃସ୍ବାର୍ଥପର କାର୍ଯ୍ୟ ପାଇଁ ସେ ସୁନିତୀ ପଞ୍ଚାୟତର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଏ ନେଇ ଆମ ପ୍ରତିନିଧି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ। ସେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସେଠାକୁ ପଠାଇ ରବିନ୍ଦ୍ର ବିଷୟରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରବେ ଏବଂ ଯଦି ରବିନ୍ଦ୍ର ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି । ତେବେ ଜିଲ୍ଲା ସ୍ତରରେ ହେଉଥିବା ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ରବିନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ।

ତେବେ ରବିନ୍ଦ୍ରଙ୍କ ଭଳି ଜଣେ ନିଃସ୍ବାର୍ଥପର ମଣିଷଙ୍କୁ ସରକାରଙ୍କ ତରଫରୁ କିଛି ସହାୟତା କରାଯିବା ସହ ସମ୍ବର୍ଦ୍ଧିତ କରାଗଲେ ଏହା ଅନ୍ୟ ଭିନ୍ନକ୍ଷମଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details