ଓଡିଶା

odisha

ETV Bharat / state

ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି, ଅତଡା ଖାଉଛି ଗୋବରୀ - special story

ବିପଦରେ ଗୋବରୀ ନଦୀବନ୍ଧ । ମାଫିଆଙ୍କ କବଳରେ ନଦୀପଠା । ପଡିଛି ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି । ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗ୍ରାମପଞ୍ଚାୟତର ଦୃଶ୍ୟ । ନଦୀ ପଠାରେ ଗଢି ଉଠିଛି ମାଳମାଳ ଇଟାଭାଟି। ଯାହାକୁ ନେଇ ଏବେ ବିପଦରେ ନଦୀକୁଳିଆବାସୀ...

ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି, ଅତଡା ଖାଉଛି ଗୋବରୀ
ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି, ଅତଡା ଖାଉଛି ଗୋବରୀ

By

Published : Feb 19, 2021, 6:49 PM IST

କେନ୍ଦ୍ରାପଡ଼ା: ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗ୍ରାମପଞ୍ଚାୟତର ଦୃଶ୍ୟ। ନଦୀ ପଠାରେ ଗଢି ଉଠିଛି ମାଳମାଳ ଇଟାଭାଟି। ଏଠାରେ ପ୍ରବାହିତ ଗୋବରୀ ଏବଂ ନଦୀବନ୍ଧରୁ ମାଟି ଖୋଳି ଇଟା ପ୍ରସ୍ତୁତ ହେଉଛି। ଦୈନିକ ଗୋବରୀ ନଦୀବନ୍ଧରୁ ହଜାର ହଜାର ଟ୍ରିପ୍ ମାଟି ଟ୍ରାକ୍ଟରରେ ବୋହି ନେଇ ବ୍ୟବସାୟୀମାନେ ଗଢୁଛନ୍ତି ଇଟା। ଫଳରେ ଧିରେ ଧିରେ ଗୋବରୀ ନଦୀବନ୍ଧ ଦୁର୍ବଳ ହେବା ସହ ଚଉଡା ହ୍ରାସ ପାଇବାରେ ଲାଗିଛି । ବଡ଼ ଧରଣର ବନ୍ୟା ଆସିଲେ ନଦୀବନ୍ଧ ଭାଙ୍ଗି ପାଖ ଗାଁରେ ପାଣି ପଶିବାରେ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ବେଲଗାମ ଇଟାଭାଟି ଯୋଗୁଁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଏପରିକି ଇଟାଭାଟି ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇପଡିଲେଣି । ଏନେଇ ଯେତେ ଅଭିଯୋଗ କଲେ ବି ଫଳଶୂନ । ପ୍ରତିକାର ତ ପରର କଥା ମାଟି ଖୋଳି ନେଉଥିବା ମାଫିଆଙ୍କୁ ଲଗାମ କଷି ପାରୁନି ପ୍ରଶାସନ।

ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି, ଅତଡା ଖାଉଛି ଗୋବରୀ
ନଦୀପଠା ଖୋଳିବା ଦ୍ବାରା ଗୋବରୀ ନଦୀକୂଳରେ ଥିବା ରଘୁଦେଇପୁର, ନୋଳସାହି, ରାଜନଗର ଗାଁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହି ୩ଟି ଗାଁରେ ପ୍ରାୟ ସାଢ଼େ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ନଦୀପଠାରେ ପନିପରିବା ଚାଷ କରି କିଛି ଲୋକ ଜୀବିକା ନିର୍ବାହ କରୁଥିବାବେଳେ ଗୋ ପାଳନ ପାଇଁ ମଧ୍ୟ ଲୋକେ ଗୋଚର ନଦୀପଠା ବ୍ୟବହାର କରିଥାନ୍ତି । କିନ୍ତୁ ଇଟା ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିବା ପରେ ନଦୀ ବନ୍ଧ ଏବେ ବିପଦରେ । ଅପରପକ୍ଷରେ ଗତ ଡିସେମ୍ବର ମାସରେ ଡେରାବିଶ୍ ତହସିଲ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇ ମୁନାଫା ଖୋର ଇଟା ମାଫିଆଙ୍କ ସାମ୍ରାଜ୍ୟକୁ ଧ୍ବଂସ କରାଯାଇଥିଲା । ହେଲେ ଦିନ କେଇଟା ପରେ ପୁଣି ଏଠାରେ ଇଟା ପକାଇବା ଆରମ୍ଭ ହୋଇଛି। ସେପଟେ ତହସିଲ କାର୍ଯ୍ୟାଳୟର କର୍ମଚାରୀ କହିଛନ୍ତି ଯେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।କେବଳ ଗୋବରୀ ନଦୀ ନୁହେଁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀପଠା ଏବଂ ବନ୍ଧକୁ ଖୋଳି ନେଇ ଇଟାଭାଟି ଗଢ଼ା ଯିବାର ନଜିର ରହିଛି। ପ୍ରଶାସନ ପକ୍ଷରୁ ଏହି ମୁନଫାଖୋର ଇଟା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details