କେନ୍ଦ୍ରାପଡ଼ା: ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଜଣେ ନାବାଳକଙ୍କ ଆତ୍ମହତ୍ୟା । ତେବେ ନାବାଳକ ଜଣକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମୃତ ନାବାଳକ ସମୀରଣ ମିସ୍ତ୍ରୀଙ୍କ ମା’ ଜ୍ୟୋତ୍ସ୍ନା ମିସ୍ତ୍ରୀ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଘରେ ରଶି ଲଗାଇ ନାବାଳକଙ୍କ ଆତ୍ମହତ୍ୟା - kendrapara
ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମା’ । ଅଧିକ ପଢନ୍ତୁ...

ବେକରେ ରଶି ଲଗାଇ ନାବାଳକଙ୍କ ଆତ୍ମହତ୍ୟା
ବେକରେ ରଶି ଲଗାଇ ନାବାଳକଙ୍କ ଆତ୍ମହତ୍ୟା
ସୂଚନା ଅନୁଯାୟୀ ରାମନଗର ଗାଁର ଅମିତ ମଣ୍ଡଳଙ୍କ ଝିଅ ନିଖୋଜ ହୋଇଥିବା ବେଳେ ଏହି ନିଖୋଜ ଘଟଣାରେ ସମୀରଣଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଅମିତ ସମୀରଣ ନାମରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସମୀରଣକୁ ଘରକୁ ଡାକି ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ତେବେ ରବିବାର ସମୀରଣଙ୍କ ମା ରୋଷେଇ କରୁଥିବା ବେଳେ ସମୀରଣ ମାନସିକ ଚାପଗ୍ରସ୍ତ ହୋଇ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ